କୃଷ୍ଣପୁର ଲେଭଲ କ୍ରସିଂରେ ହେବ ଓଭରବ୍ରିଜ୍‌

ବଇଣ୍ଡା,୨୮।୨(ଡି.ଏନ.ଏ.) – ତାଳଚେର-ସମ୍ବଲପୁର ରେଳପଥର କିଶୋରନଗର ବ୍ଲକ କୃଷ୍ଣପୁର ଲେଭଲ କ୍ରସିଂଠାରେ ଏକ ଫ୍ଲାଏ ଓଭରବ୍ରିଜ୍‌ ନିର୍ମାଣ କରିବା ପାଇଁ ରେଳମନ୍ତ୍ରୀ ପୀୟୂଷ ଗୋଏଲ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏଙ୍କ ନିକଟକୁ ଏକ ଚିଠି (ନଂ. ଏ-୬୬୮ ତା. ୩୦।୧।୨୦୨୦) ଆସିଛି। ଖୁବଶୀଘ୍ର ସ୍ଥାନୀୟ ଅଞ୍ଚଳବାସୀଙ୍କ ସମସ୍ୟା ଦୂର ହେବ ବୋଲି ରେଳମନ୍ତ୍ରୀ ଗୋଏଲ ଉକ୍ତ ଚିଠିରେ ବିଧାୟକଙ୍କୁ ଅବଗତ କରିଛନ୍ତି।
ଘଟଣାରୁ ଜଣାପଡ଼ିଛି, କୃଷ୍ଣପୁର ଲେଭଲ କ୍ରସିଂକୁ ଉଚ୍ଛେଦ କରିବା ପାଇଁ ରେଳ ବିଭାଗ ପକ୍ଷରୁ ୨୦୧୮ ଓ ୨୦୧୯ରେ ଜୋରଦାର ଉଦ୍ୟମ ଚଳାଇଥିବାବେଳେ ଏହାକୁ ନେଇ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ୨ ଥର ଆନ୍ଦୋଳନ ମଧ୍ୟ କରାଯାଇଥିଲା। ପରେ ଏ ନେଇ ଆଠମଲ୍ଲିକ ବିଧାୟକ ସାଏ ତା. ୧୧।୧।୨୦୨୦ରେ କୃଷ୍ଣପୁର ନିକଟସ୍ଥ ରେଳ ଧାରଣା ଉପରେ ଏକ ଫ୍ଲାଏ ଓଭର ବ୍ରିଜ ନିର୍ମାଣ କରିବା ପାଇଁ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଉକ୍ତ ଚିଠିରେ ବିଧାୟକ ଦର୍ଶାଇଥିଲେ, ଏହି ରେଳ ଧାରଣା ଦେଇ ପ୍ରତିଦିନ ଦେହୁରି ସାହି, କୁଆଝରୀ, ବଡ଼ବାହାଳ, ଆମ୍ବମୁଣ୍ଡା, ଚୁଳିଆପୁର, ପାଗବନ୍ଧା, ପୁରୁଣାପାଣି ଆଦି ୭ଟି ଗ୍ରାମବାସୀ ଯାତାୟାତ କରୁଛନ୍ତି। ଏମାନଙ୍କ ସୁରକ୍ଷା ପାଇଁ ଫ୍ଲାଏ ଓଭର ବ୍ରିଜର ଆବଶ୍ୟକତା ରହିଛି। ହେଲେ ରେଳ ବିଭାଗ ଫ୍ଲାଏ ଓଭର ବ୍ରିଜ ନିର୍ମାଣ ପରିବର୍ତ୍ତେ ଫାଟକ ବନ୍ଦ କରିଦେବାକୁ ଯୋଜନା କରୁଥିବାରୁ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରୁଛନ୍ତି। ଏହି ଫାଟକକୁ ସମ୍ପୂର୍ଣ୍ଣ ବନ୍ଦ କରି ଅନ୍ୟ ଏକ ରାସ୍ତା ଦେଇ ଯିବା ଆସିବା ପାଇଁ ଗ୍ରାମବାସୀଙ୍କୁ ରେଳ ବିଭାଗ ପକ୍ଷରୁ କୁହାଯାଉଥିବା ଯୋଗୁ ଗ୍ରାମବାସୀ ଆନ୍ଦୋଳନ କରିଥିଲେ। ତୁରନ୍ତ ରେଳବିଭାଗ ପକ୍ଷରୁ କୃଷ୍ଣପୁରଠାରେ ଫ୍ଲାଏ ଓଭର ବ୍ରିଜ ନିର୍ମାଣ କରିବା ପାଇଁ ବିଧାୟକ ସାଏ ଚିଠିରେ ଉଲ୍ଲେଖ କରିଥିଲେ। ବିଧାୟକଙ୍କ ଏଭଳି ପଦକ୍ଷେପକୁ କୃଷ୍ଣପୁର ସହ ୮ଟି ଗ୍ରାମବାସୀ ସ୍ବାଗତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାବେରୀ ଘାଟରେ ବୋଇତ ବନ୍ଦାଣ କଲେ ପାଟଣା ବିଧାୟକ

ପାଟଣା,୧୫ା୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉତ୍ସବ ପାଇଁ ଶୁକ୍ରବାର ରାତ୍ରି ୪ଟାରୁ ପାଟଣା...

ଗ୍ୟାସ୍‌ ଟାଙ୍କି ଫାଟି ୩ ଗୁରୁତର

ରାଗୟଡ଼ା,୧୫ା୧୧(ଆଶିଷ ରଞ୍ଜନ ପଣ୍ଡା): ଗ୍ୟାସ୍‌ ଟାଙ୍କି ଫାଟି ତିନି ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ଆହତଙ୍କୁ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟେ ଭର୍ତ୍ତି କରି ପ୍ରାଥମିକ...

ବୁଡ଼ାଗୁଡ଼ା-ଗୁମିକିଆ ରାସ୍ତା ସାରା ଖାଲ, ଗର୍ଭବତୀଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇବା କଷ୍ଟକର

ଦାରିଙ୍ଗବାଡ଼ି,୧୫ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ପଞ୍ଚାୟତ ଗୁମିକିଆ ଓ ଅଲିମାହା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ପ୍ରକାଶ ଯେ, ବୁଡ଼ାଗୁଡ଼ାଠାରୁ ଅଲିମାହା...

ବିଜେଡି ଦୟାରୁ ମୋ ନାଁରେ ୭୨ କେସ୍‌: ଜୟନାରାୟଣ

ସମ୍ବଲପୁର,୧୫।୧୧(ଭବାନୀ ଶଙ୍କର ଭୋଇ)\:ବିଜେଡି ଦୟାରୁ ମୋ ନାଁରେ ୭୨ କେସ୍‌ । କେସ୍‌, ମୋ ପାଇଁ କେସ୍‌ ଗୋଟେ ଉପହାର ସଦୃଶ ା ବିଜେଡି ସରକାର...

କାର୍ତ୍ତିକ ସରିଲା, ଶୀତ ଗାଏବ: ପର୍ଯ୍ୟଟକ ନିରାଶ

ଦାରିଙ୍ଗବାଡି, ୧୫।୧୧ (ଅରୁଣ ସାହୁ): କାର୍ତ୍ତିକ ସରିଲା ହେଲେ ଅଦ୍ୟାବଧି କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଶୀତ ଆସିନାହିଁ । ଏହି ସମୟରେ ସର୍ବନିମ୍ମ...

ଆରୁହା ପାହାଡ଼ରେ ବେଆଇନ କଳାପଥର ଖାଦାନ

ଯାଜପୁର,୧୫ା୧୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳରେ ଏତେ ପରିମାଣରେ ବେଆଇନ କ୍ରଶର ଏବଂ ପଥର ଖାଦାନ ଚାଲିଛି ଯେ, ସ୍କୁଲ ପିଲାଙ୍କ ଜୀବନ...

ରାଜ ପରିବାର: ଭାଇ-ଭାଇ ପତିଆରା କଳି

ବଲାଙ୍ଗୀର,୧୫ା୧୧(ବୀରେନ୍ଦ୍ର କୁମାର ଝାଙ୍କର):୨୦୨୪ ନିର୍ବାଚନ ପରେ ବଲାଙ୍ଗୀରରେ ନୂଆ ରାଜନୈତିକ ସମୀକରଣ ସୃଷ୍ଟି ହୋଇଛି। ୨୪ ବର୍ଷର ନବୀନ ସରକାରର ପତନ ପରେ ବିଜେଡି ନେତାଙ୍କ...

ଦିବ୍ୟାଙ୍ଗଙ୍କଠାରୁ ଲାଞ୍ଚ ନେଇ ଧରାପଡ଼ିଲେ ଆର୍‌ଆଇ

ତିହିଡ଼ି,୧୫ା୧୧(ସଞ୍ଜିତ ବଳ):ଭଦ୍ରକ ଜିଲା ତିହିଡ଼ି ତହସିଲ ଅଧୀନ ଗଦି ଆର୍‌ଆଇ(ରାଜସ୍ବ ନିରୀକ୍ଷକ) ଭାଗବତ ଖଟୁଆ ଜମିର କିସମ ପରିବର୍ତ୍ତନ ପାଇଁ ଜଣେ ଦିବ୍ୟାଙ୍ଗଙ୍କଠାରୁ ଗୁରୁବାର ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri