କୃଷ୍ଣପ୍ରସାଦ,୨୪ା୪(ଡି.ଏନ.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକରେ ମଙ୍ଗଳବାର ୩ୟ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହୋଇଛି| ଭୋଟ ଆରମ୍ଭରୁ ହିଁ ମୋଟ ୮୭ ବୁଥ୍ରେ ମତଦାତାଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା ା ମଧ୍ୟାହ୍ନରେ ରୌଦ୍ରତାପ ବୃଦ୍ଧି ପାଇବା ଆଶଙ୍କା ଯୋଗୁ ଏବଂ ଭୋଟରମାନେ ବୁଥ୍ଗୁଡ଼ିକରେ ସକାଳେ ଭିଡ଼ ଜମାଇଥିଲେ ା ଶାନ୍ତିଶୃଙ୍ଖଳା ସହ ସମସ୍ତ ବୁଥ୍ରେ ଭୋଟଗ୍ରହଣ ଚାଲିଥିବାବେଳେ ବଜ୍ରକୋଟ ୭ ନମ୍ବର ବୁଥ୍ରେ ଜଣେ ଏଜେଣ୍ଟ ବାରମ୍ବାର ଭୋଟ ଦେଉଥିବା ଅଭିଯୋଗରେ ଉତ୍ତେଜନା ପ୍ରକାଶ ପାଇଥିଲା ା ଏହି ଘଟଣା କ୍ରମେ ଗୋଷ୍ଠୀ ବିବାଦ ଆଡ଼କୁ ଗତି କରୁଥିବାବେଳେ ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚତ୍ ଜଣେ ଅଭିଯୁକ୍ତଙ୍କୁୁ ଗିରଫ କରିଥିଲା ା ଉତ୍ତେଜନା ବୃଦ୍ଧି ପାଇବା ଅଶଙ୍କାରେ ଏଠାରେ ପୋଲିସ ମୁତୟନ ହୋଇଥିଲା। ତଥାପି ଦୀର୍ଘ ସମୟ ଧରି ଉତ୍ତେଜନା ଲାଗି ରହିଥିଲା ା ସେହିଭଳି ଗିଲିନାସୀର ୨୦ ନମ୍ବର ବୁଥ୍ ମଧ୍ୟରେ ସଂଘର୍ଷ ଘଟି ରବୀନ୍ଦ୍ର ପ୍ରଧାନ ନାମକ ଜଣେ ବ୍ୟକ୍ତି ଆହତ ହୋଇଥିଲେ। ଅଭିଯୋଗକ୍ରମେ ଏ ଘଟଣା ନେଇ ଉକ୍ତ ଗ୍ରାମର ପ୍ରଦୀପ ପ୍ରଧାନକୁ ପୋଲିସ ଗିରଫ କରିଛି ା ଉଦୟଗିରି ବୁଥ୍ରେ ମଧ୍ୟ କିଛି ସମୟ ପାଇଁ ଗଣ୍ଡଗୋଳ ଦେଖାଦେଇଥିବାବେଳେ ପୋଲିସ ପରିସ୍ଥିତିକୁ ଆୟତ୍ତ କରିନେଇଥିଲା ା ଉପରୋକ୍ତ ୩ଟି ବୁଥ୍ରେ ପୋଲିସ ବିଶେଷ ଭାବେ ସଜାଗ ରହିଥିଲା ା ତେବେ ବାଲିପାଟପୁର ବୁଥ୍ରେ ଇଭିଏମ୍ରେ ତ୍ରୁଟି ଦେଖାଦେବାରୁ ଠିକ୍ ସମୟରେ ମତଦାନ ହୋଇ ନ ପାରି ସକାଳ ୮ଟା ୩୦ରେ ଆରମ୍ଭ ହୋଇଥିଲା ା ମୋଟାମୋଟି ଭାବେ ଶାନ୍ତିଶୃଙ୍ଖଳା ସହ ଭୋଟ ଗ୍ରହଣ ଶେଷ ହୋଇଥିବା ସୂଚନା ମିଳିଛି।