କୃଷ୍ଣପ୍ରସାଦ ଉପକୂଳରେ ଲାଗିଲା ମାଲୋସିଆ ଜାହାଜ

କୃଷ୍ଣପ୍ରସାଦ,୧୦ା୮(ଡି.ଏନ.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ବଙ୍ଗୋପସାଗର ଉପକୂଳସ୍ଥ ଖିରିସାହି ନିକଟରେ ଏକ ବିରାଟ ଜାହାଜ ଲାଗିିଛି । ଜାହାଜରେ ନାବିକଙ୍କ ସମେତ ୯ଜଣ ସୁରକ୍ଷିତ ଥିବା ଓ ଏହା ମାଲେସିଆରୁ ବିଶାଖାପାଟଣା ଅଭିମୁଖେ ଏହା ଯାତ୍ରା କରୁଥିବା ସୂଚନା ମିଳିଛି । ଗୁରୁବାର ଏହା ସମୁଦ୍ର ଉପକୂଳରେ ଲାଗିଥିଲେ ମଧ୍ୟ ଶୁକ୍ରବାର ଖବର ଚାରିଆଡେ ପ୍ରସାରିତ ହୋଇଛି । ଜାହାଜକୁ ଦେଖିବା ପାଇଁ ନିକଟସ୍ଥ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚତ୍ଛନ୍ତି। ଖବର ପାଇ କୃଷ୍ଣପ୍ରସାଦ ଥାନା ଆଇଆଇସି ସୁଧୀର କୁମାର ସାହୁ, ସବ୍‌ଇନ୍ସପେକ୍ଟର ନାରାୟଣ ପ୍ରଧାନ ସମେତ ବନ ବିଭାଗ କର୍ମକର୍ତ୍ତା ଘଟଣା ସ୍ଥଳରେ ପହଞ୍ଚତ୍ଛନ୍ତି। ୨ ଦିନ ଧରି ଲଗାଣ ବର୍ଷା ଓ ଯାନ୍ତ୍ରୀକ ତ୍ରୁଟି ଯୋଗୁ ନାବିକ ଭାରସମ୍ୟ ହରାଇବା ଫଳରେ ଜାହାଜଟି କୃଷ୍ଣପ୍ରସାଦ ଉପକୂଳ ବାଲି ଉପରେ ଚଢ଼ି ଯାଇଥିବା ଅନୁମାନ କରାଯାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Share