କୃଷ୍ଣପ୍ରସାଦ ପଞ୍ଚାୟତ ସମିତି ଅଧିବେଶନ: ବିକାଶ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ

କୃଷ୍ଣପ୍ରସାଦ,୧ା୮(ଡି.ଏନ.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ପଞ୍ଚାୟତ ସମିତିର ୬ଷ୍ଠ ବାର୍ଷିକ ଅଧିବେଶନ ବୁଧବାର ପଞ୍ଚାୟତ ସମିତି ସଭାଗୃହରେ ଅଧ୍ୟକ୍ଷା ସୌଦାମିନୀ ମାନସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କୁ ସ୍ବାଗତ କରାଯାଇଥିଲା। ସମ୍ମାନିତ ଅତିଥି ଭାବେ ବିଡିଓ ଅଭିମନୁ୍ୟୁ ମାଝି, ତହସିଲଦାର ଜିତେନ୍ଦ୍ର କୁମାର ନାୟକ, ସହକାରୀ ଯନ୍ତ୍ରୀ ଇଂ.ପ୍ରସନ୍ନ କୁମାର ସ୍ବାଇଁ, ମହିଳା ଶିଶୁ ବିକାଶ ଅଧିକାରିଣୀ ମନୋରମା ଦେବୀ, ବ୍ଲକ ଉପାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା, ଜିଲା ପରିଷଦ ସଭ୍ୟା ପ୍ରଭାତୀ ପ୍ରଧାନ, ବନ୍ଦନା ପ୍ରଧାନ, ସହକାରୀ କୃଷି ଅଧିକାରୀ ରବୀନ୍ଦ୍ର କୁମାର ମହାପାତ୍ର, ମୁଖ୍ୟକିରାଣି ରୂପକ କୁମାର ରାଉତରାୟ, ବରିଷ୍ଠ କିରାଣି ପୂର୍ଣ୍ଣଚନ୍ଦ୍ର କାଣ୍ଡି ପ୍ରମୁଖ ଯୋଗଦେଇଥିଲେ । ଫନୀ ବାତ୍ୟାଜନିତ ସହାୟତା ରାଶି, ବିପନ୍ନଙ୍କୁ ପଲିଥିନ ଯୋଗାଇଦେବା, ଚାଷୀ ଓ ଜମିମାଲିକଙ୍କ ନିମନ୍ତେ ସ୍ବତନ୍ତ୍ର ଆଇନ, ବଣ୍ଟନ ବଦଳରେ ଚୁଡ଼ା ପୋତାଯିବା ଘଟଣା, ରିଲିଫ୍‌ରୁ ବଞ୍ଚତ୍ତ ବିପନ୍ନଙ୍କୁ ଶୀଘ ସହାୟତା, ପକ୍କାଘର ପ୍ରଦାନ ଆଦି ବିଭିନ୍ନ ପ୍ରସଙ୍ଗ ନେଇ ବୈଠକରେ ଆଲୋଚନା କରାଯାଇଥିଲା। ନୂଆପଡା ପଞ୍ଚାୟତ ତରଫରୁ ଜହ୍ନିକୁଦାଠାରୁ ସାତପଡା ପର୍ଯ୍ୟନ୍ତ ଚିଲିକାରେ ଏକ ନୂତନ ଘାଟ ସ୍ଥାପନ ନିମନ୍ତେ ବିଭିନ୍ନ ପଞ୍ଚାୟତରୁ ଆସିଥିବା ସରପଞ୍ଚ, ସମିତି ସଭ୍ୟମାନେ ଦାବି କରିଥିଲେ। ବିଧାୟକ ମହାପାତ୍ର ଫନୀ ବାତ୍ୟା ସମୟରେ ଏବଂ ପରେ ଲୋକଙ୍କ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ନେଇ ଜିଲାପାଳଙ୍କ ସହିତ ଆଲୋଚନା କରିଥିବା ପ୍ରକାଶ କରିଥିଲେ। କୃଷ୍ଣପ୍ରସାଦର ବିକାଶ ପାଇଁ ଯାହାସବୁ ଆବଶ୍ୟକ ଅଛି ସେ ସମ୍ବନ୍ଧରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ବିଧାୟକ କହିଥିଲେ।

Share