Categories: କନ୍ଧମାଳ

କୃଷ୍ଣ ବଗର୍ତ୍ତି ହତ୍ୟା ଘଟଣା ଆଉ ଜଣେ ଗିରଫ

ଫିରିଙ୍ଗିଆ/କେଳାପଡା, ୩ା୧୨: ଫିରିଙ୍ଗିଆ ବ୍ଲକ କେଲାପଡା ପଞ୍ଚାୟତ ଗେରୁପଡ଼ାରେ କୃଷ୍ଣଚନ୍ଦ୍ର ବଗର୍ତ୍ତିଙ୍କୁ ହତ୍ୟା ଘଟଣାରେ ପୋଲିସ ସୋମବାର ଆଉ ଜଣଙ୍କୁ ଗିରଫ କରିଛି। ସେ ହେଲେ ପାଙ୍ଗା ଅଞ୍ଚଳ ତମତିଙ୍ଗିଆର ହରିଶ୍ଚନ୍ଦ୍ର କହଁର ା ରବିବାର ବେହେଙ୍ଗିଆର ସିମନ କହଁରଙ୍କୁ ଗିରଫ କରାଯାଇଥିଲା। ପାଙ୍ଗା ଉପରସାହି ପଞ୍ଚାୟତ ଡ଼େଡ଼ିସରୁ ଗ୍ରାମର କୃଷ୍ଣଙ୍କୁ କୃଷ୍ଣଚନ୍ଦ୍ରଙ୍କୁ ଏମାନେ ଗୁଣିଗାରେଡି ସନ୍ଦେହରେ ହତ୍ୟା କରିଥିଲେ ବୋଲି ପୋଲିସ କହିଛି। ଏ ନେଇ ଥାନାରେ ୧୦୭/୧୯ରେ ମାମଲା ରୁଜୁ ହୋଇଥିଲା ା