କେଆର୍‌କେଙ୍କ ସର୍ଭେ: ଆସିମ୍‌ ଜିତିବେ ବିଗ୍‌ବସ୍‌ !

ବମ୍ବେ: ଆଉ ଚାରିଦିନ ପରେ ଶେଷ ହେବ ବିଗ୍‌ବସ୍‌ ସିଜିନ-୧୩। ପ୍ରତିଯୋଗୀଙ୍କଠାରୁ ଆରମ୍ଭ କରି ଦର୍ଶକମାନଙ୍କ ମଧ୍ୟରେ ଏହାକୁ ନେଇ ଉତ୍କଣ୍ଠା। କିଏ ଜିତିବ ବିଗ୍‌ବସ ତାହା ବଡ଼ ପ୍ରଶ୍ନ। ଏସବୁ ମଧ୍ୟରେ ପ୍ରଶଂସକମାନେ ବିଭିନ୍ନ ସର୍ଭେ କରୁଛନ୍ତି। ନିଜର ମନପସନ୍ଦର ପ୍ରତିଯୋଗୀଙ୍କୁ ଅପ୍‌ଶନରେ ରଖୁଛନ୍ତି। ଏହି କ୍ରମରେ ପୂର୍ବତନ ବିଗ୍‌ବସ୍‌ ପ୍ରତିଯୋଗୀ କମଲ ରଶିଦ ଖାନ୍‌(କେଆର୍‌କେ) ଏକ ସର୍ଭେ କରିଛନ୍ତି। ସର୍ଭେରେ ଭାଗ ନେଇଥିଲେ ଅଶି ହଜାର ଲୋକେ। ଯାହାର ଫଳାଫଳସ୍ବରୂପ ଆସିମ୍‌ ରିଆଜଙ୍କୁ ସବୁଠାରୁ ଅଧିକ ଭୋଟ ମିଳିଛି। ସେହିଭଳି ସିଦ୍ଧାର୍ଥ ରନର୍ସ ଅପ୍‌ ହୋଇଛନ୍ତି।

 

ଏବେ ଶୋ’ରେ ସାତଜଣ ପ୍ରତିଯୋଗୀ ଥିବା ବେଳେ ଆଗାମୀ ଦିନରେ ଦୁଇଜଣଙ୍କୁ ବାହାର କରାଯିବ। ଏହାପରେ ଶନିବାର ବିଜେତା ଘୋଷଣା କରାଯିବ। କହିବାକୁ ଗଲେ ସିଦ୍ଧାର୍ଥ ଶୁକ୍ଳା ଶୋ’ ଜିତିବେ ବୋଲି କୁହାଯାଉଛି। ହେଲେ କେହି କେହି ଆସିମ୍‌ ବିଜେତା ହୋଇପାରନ୍ତି ବୋଲି ଅନୁମାନ କରୁଛନ୍ତି। ନିକଟରେ ହୋଷ୍ଟ ସଲମାନ ବିଗ୍‌ ବସ୍‌ ଟ୍ରଫିର ଝଲକ ଦେଖାଇଥିଲେ। ଏହା ଦେଖିବା ପରେ ଶୋ’ ବିଜେତା କିଏ ହେବ ସେ ନେଇ ବିଭିନ୍ନ ମହଲରେ ଆଲୋଚନା ବଢ଼ିବାରେ ଲାଗିଛି।

Share