କେଉଁଠି କିଏ କରିବେ ପତାକା ଉତ୍ତୋଳନ

ଭୁବନେଶ୍ୱର,୧୧।୮(ବ୍ୟୁରୋ): ରାଜ୍ୟ ସରକାରଙ୍କ ତରଫରୁ ସ୍ବାଧୀନତା ଦିବସ-୨୦୨୧ ପାଳନ ଲାଗି ମନ୍ତ୍ରୀ ଏବଂ ଜିଲାପାଳମାନଙ୍କୁ ବିଭିନ୍ନ ଜିଲାର ଦାୟିତ୍ୱ ବଣ୍ଟାଯାଇଛି। ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ବରଗଡ଼ ଜିଲାସ୍ତରୀୟ ଉତ୍ସବରେ ପତାକା ଉତ୍ତୋଳନ କରିବେ। ସେହିପରି ଜଙ୍ଗଲ ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ କନ୍ଧମାଳ, ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲିକଙ୍କୁ ଗଞ୍ଜାମ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ପୁରୀ, ଯୋଜନା ଓ ସଂଯୋଜନା ବିଭାଗ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ କଟକରେ ପତାକା ଉତ୍ତୋଳନ ଲାଗି ଦାୟିତ୍ୱ ଦିଆଯାଇଛି। ସେହିଭଳି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ମୟୂରଭଞ୍ଜ, କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କୁ ସୁନ୍ଦରଗଡ଼, ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ବଲାଙ୍ଗୀର, ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ କଳାହାଣ୍ଡି, ମନ୍ତ୍ରୀ ଟୁକୁନି ସାହୁଙ୍କୁ କୋରାପୁଟ, ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ଗଜପତି, ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ନୂଆପଡ଼ା, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ସମ୍ବଲପୁର, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ବାଲେଶ୍ୱର, ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ଅନୁଗୋଳ, ମନ୍ତ୍ରୀ ପ୍ରେମାନନ୍ଦ ନାଏକଙ୍କୁ ସୁବର୍ଣ୍ଣପୁର, ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କୁ କେନ୍ଦୁଝର, ମନ୍ତ୍ରୀ ପଦ୍ମିନୀ ଦିଆନଙ୍କୁ ମାଲକାନଗିରି ଏବଂ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ନବରଙ୍ଗପୁର ଜିଲା ମୁଖ୍ୟାଳୟରେ ପତାକା ଉତ୍ତୋଳନ କରିବେ। ସେହିପରି ବ୍ରହ୍ମପୁରରେ ଆର୍‌ଡିସି, ରାଉରକେଲାରେ ସ୍ଥାନୀୟ ଆର୍‌ଡିସି ପତାକା ଉତ୍ତୋଳନ କରିବେ। ଖୋର୍ଦ୍ଧା, ଭଦ୍ରକ, ବୌଦ୍ଧ, ଦେବଗଡ, ଢେଙ୍କାନାଳ, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ରାୟଗଡ଼ା ଏବଂ ନୟାଗଡ଼ରେ ଜିଲାପାଳମାନେ ପତାକା ଉତ୍ତୋଳନ କରିବେ।

Share