କେଉଁଠି ବିବାହ କରିବେ ବରୁଣ-ନତାଶା

ମୁମ୍ବାଇ: ବଲିଉଡ୍‌ ନାୟକ ବରୁଣ ଧଓ୍ବନ ଓ ତାଙ୍କ ଗର୍ଲ ଫ୍ରେଣ୍ଡ ନତାଶା ଦଲାଲ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ଶୁଣିବାକୁ ମିଳୁଛି। ହେଲେ ଏମାନେ ଡେଷ୍ଟିନେଶନ ଓ୍ବେଡିଂ ପାଇଁ ପ୍ରସ୍ତୁତ ହେଉଥିବା ଆଲୋଚନା ହେଉଛି। ବେଶ୍‌ କିଛିଦିନ ହେବ ଏମାନଙ୍କ ରିଲେଶନସିପକୁ ନେଇ ଆଲୋଚନା ହେଉଥିବା ବେଳେ ଏମାନେ ଆସନ୍ତା ୨୦୨୦ରେ ବିବାହ କରିବେ ବୋଲି କୁହାଯାଉଛି। ଏମାନେ ବଲିଉଡ୍‌ ଷ୍ଟାଇଲେ ବିବାହ କରିବାକୁ ଯାଉଥିବାରୁ ଏଥିପାଇଁ ଫୁକେଟ ଅବା ବାଲି ଦ୍ୱୀପକୁ ବାଛି ପାରନ୍ତି ବୋଲି କୁହାଯାଉଛି। ଯେଉଁଦିନ ଏମାନେ ଡେଷ୍ଟିନେଶନ ଓ୍ବେଡିଂର ସ୍ଥାନ ନିରୁପଣ କରିଦେବେ ସେବେଠାରୁ ଉଭୟ ପରିବାର ଲୋକେ ବିବାହ ପୂର୍ବ ପ୍ରସ୍ତୁତିରେ ଲାଗି ପଡିବେ ବୋଲି କୁହାଯାଉଛି।

Share