Categories: ଜାତୀୟ

କେଉଁଠି ହେବ ନିର୍ଭୟା ଦୋଷୀଙ୍କ ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ,୨୦।୩: ନିର୍ଭୟା ଗଣବଳାତ୍କାର ମାମଲାର ୪ ଦୋଷୀଙ୍କୁ ଶୁକ୍ରବାର ଭୋର ୫ଟା ୩୦ରେ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଛି। ଏହାପରେ ବି ଏହି ମାମଲାକୁ ନେଇ ଆହୁରି କିଛି ଖବର ସାମ୍ନାକୁ ଆସୁଛି। ୪ ଦୋଷୀଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ଏହା ସେମାନଙ୍କ ପରିଜନଙ୍କୁ ହସ୍ତାନ୍ତର କରାଯିବ। ନିୟମ ଅନୁଯାୟୀ ୪ ଦୋଷୀଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ଜେଲ୍‌ କର୍ତ୍ତୁପକ୍ଷଙ୍କୁ ହସ୍ତାନ୍ତର କରାଯିବ। ଏହାପରେ ଏମାନଙ୍କ ପରିଜନ ମୃତଦେହକୁ ସଂସ୍କାର କରିବାର ବ୍ୟବସ୍ଥା କରିବେ। ଏବେ ସାଧାରଣ ଜନତାଙ୍କ ମନରେ ପ୍ରଶ୍ନ ଉଠୁଛି କେଉଁଠି କରାଯିବ ନିର୍ଭୟା ଦୋଷୀଙ୍କ ଅନ୍ତିମ ସଂସ୍କାର। ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି ଦୋଷୀ ମୁକେଶଙ୍କ ମୃତଦେହକୁ ତାଙ୍କ ପରିବାର ଲୋକେ ରାଜସ୍ଥାନ ନେଇ ସେଠାରେ ସଂସ୍କାର କରିବେ। ସେହିପରି ଅକ୍ଷୟଙ୍କ ପରିଜନ ତାଙ୍କ ମୃତଦେହକୁ ବିହାରର ଔରଙ୍ଗାବାଦ ନେଇଯିବାକୁ ବ୍ୟବସ୍ଥା କରିଥିବା ବେଳେ ବିନୟ ଓ ପବନଙ୍କ ଅନ୍ତିମ ସଂସ୍କାର ଦିଲ୍ଲୀରେ କରାଯିବ ବୋଲି ଜଣାପଡିଛି।

Share