କେଉଁଦିନ ପାଳନ କରାଯାଏ ଛୋଟ ଦୀପାବଳି

ଦୀପାବଳି ପାଳନର ମହତ୍ୱ ଯେପରି ରହିଛି ଠିକ୍‌ ସେହିପରି ଏହା ପୂର୍ବଦିନର ପର୍ବ ଗୁଡିକର ମହତ୍ୱ ମଧ୍ୟ ରହିଛି। ଯେମିତି ଧନତେରାସ୍‌ ସେମିତି ଛୋଟ ଦୀପାବଳି। ଏହାକୁ ନରକ ଚତୁର୍ଦ୍ଦଶି ଭାବରେ ମଧ୍ୟ ପାଳନ କରାଯାଇଥାଏ। ଏହି ଦିନ ଅର୍ଥାତ୍‌ କାର୍ତ୍ତିକ କୃଷ୍ଣ ଚତୁର୍ଦ୍ଦଶିରେ ମୃତ୍ୟୁ ଦେବତା ଯମରାଜଙ୍କ ପୂଜା କରିବାର ବିଧି ରହିଛି। ଏହାକୁ କେହି କେହି ଛୋଟ ଦୀପାବଳି ମଧ୍ୟ କହିଥାଆନ୍ତି। ଏହିଦିନ ସନ୍ଧ୍ୟା ପରେ ଘର ଚାରିପଟେ ଦୀପ ଜାଳିବାର ବିଧି ରହିଛି। ଏହି ଛୋଟ ଦୀପାବଳି ବା ନରକ ଚତୁର୍ଦ୍ଦଶି ଅକାଳ ମୃତ୍ୟୁରୁ ସୁରକ୍ଷା ଦେବା ଓ ଶରୀରକୁ ସୁସ୍ଥ ରଖିବାକୁ ପାଳନ କରାଯାଇଥାଏ। ପୌରାଣିକ ମତ ଅନୁସାରେ ଭଗବାନ କୃଷ୍ଣ କାର୍ତ୍ତିକ ମାସ କୃଷ୍ଣପକ୍ଷର ଚତୁର୍ଦ୍ଦଶି ତିଥିରେ ନରକାସୁରକୁ ବଧ କରି ଦେବତା ଓ ଋଷିଙ୍କୁ ତା’ର ଆତଙ୍କରୁ ମୁକ୍ତି ଦେଇଥିଲେ। ତେଣୁ ଏହିଦିନ କୃଷ୍ଣଙ୍କୁ ପୂଜା କରିବାର ବିଧି ମଧ୍ୟ ରହିଛି।

Share