Advertisement

କେଏଲ୍‌ ରାହୁଲଙ୍କୁ ଡେଟ୍‌ କରୁଥିବା କଥାକୁ ଅସ୍ବୀକାର କଲେ ସୋନଲ୍‌

ମୁମ୍ବାଇ: ବଲିଉଡ ନାୟିକାଙ୍କ ସହ ଭାରତୀୟ କ୍ରିକେଟ ଦଳର ଖେଳାଳୀଙ୍କ ସମ୍ପର୍କ କଥା କିଛି ନୂଆ ନୁହେଁ। ଅନୁଷ୍କା ଶର୍ମା-ବିରାଟ କୋହଲୀ, ସାଗରିକା ଘାଟକେ-ଜାହୀର ଖାନ୍‌, ହରଭଜନ ସିଂ-ଗୀତା ବସ୍ରାଙ୍କ ଭଳି ଅନେକ ଯୋଡ଼ି ପ୍ରେମ କରି ସଫଳ ହୋଇଛନ୍ତି। ଏବେ ଏହି ତାଲିକାରେ ଯୋଡ଼ି ହୋଇଛନ୍ତିି କେଏଲ୍‌ ରାହୁଲ-ସୋନଲ ଚୌହାନଙ୍କ ନାମ। ଉଭୟ ପରସ୍ପରକୁ ଡେଟ୍‌ କରୁଥିବା ଶୁଣିବାକୁ ମିଳୁଛି। ତେବେ ଏହା ମିଥ୍ୟା ବୋଲି ସୋନଲ୍‌ କହିଛନ୍ତି। ସେ ଜଣେ ବହୁତ ଭଲ ଖେଳାଳୀ। ଭଲ ମଣିଷ ବୋଲି ସୋନଲ୍‌ କହିବା ସହ ତାଙ୍କ ସହ ସେପରି କିଛି ସମ୍ପର୍କ ନ ଥିବା କହିଛନ୍ତି।
ତେବେ କେବଳ ଯେ ସୋନଲ ତାହା ନୁହେଁ, ପୂର୍ବରୁ କେ ଏଲ୍‌ ରାହୁଲଙ୍କ ନାମ ସହ ଆଲିଆ ଭଟ୍ଟଙ୍କ ବାନ୍ଧବୀ ଆକାଂକ୍ଷା ରଞ୍ଜନ କପୁରଙ୍କ ନାମ ଯୋଡ଼ା ଯାଇଛି। ସେହିଭଳି ଅଭିନେତ୍ରୀ ନିଧି ଅଗ୍ରଓ୍ବାଲଙ୍କୁ ସେ ଡେଟ୍‌ କରୁଥିବା କୁହାଯାଉଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share