Categories: ଜାତୀୟ

କେଜରିଓ୍ବାଲଙ୍କୁ ଟାର୍ଗେଟ କଲେ ଶାହା

ନୂଆଦିଲ୍ଲୀ,୨୪।୧: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ଏବେ ରାଜନୀତି ହୋଇଛି ସରଗରମ। ଏବେ ପ୍ରାୟ ସବୁ ଦଳର ଷ୍ଟାର ପ୍ରଚାରକମାନେ ମଇଦାନକୁ ଓହ୍ଲାଇଛନ୍ତି। ଏହି କ୍ରମରେ ଶୁକ୍ରବାର ଭାଜପାର ଷ୍ଟାର ପ୍ରଚାରକ ତଥା ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରଚାରରେ ବାହାରିଛନ୍ତି। ଏହି ସମୟରେ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି)ର ମୁଖ୍ୟ ଅରବିନ୍ଦ କେଜରିଓ୍ବାଲଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ୫ ବର୍ଷ ଶାସନ ଭିତରେ କେଜରିଓ୍ବାଲ ସରକାର ଦିଲ୍ଲୀକୁ ୨୦ ବର୍ଷ ପଛକୁ ନେଇଯାଇଛନ୍ତି। ଏହାସହ କେଜରିଓ୍ବାଲ ଦିଲ୍ଲୀରେ ଯେଉଁ ୧ହଜାର ନୂଆ ସ୍କୁଲ କରିବା କଥା କହିଥିଲେ ତାହା କୁଆଡେ ଗଲା ବୋଲି ଶାହା ପ୍ରଶ୍ନ କରିଛନ୍ତି। ଶାହିନବାଗଠାରେ ହୋଇଥିବା ବିରୋଧ ପ୍ରଦର୍ଶନକୁ ନେଇ ଶାହା କହିଛନ୍ତି, କେଜରିଓ୍ବାଲ କେବଳ ଦିଲ୍ଲୀରେ ଦଙ୍ଗା କରୁଛନ୍ତି। ତେଣୁ ଦିଲ୍ଲୀବାସୀ କ’ଣ ଏଭଳି ଲୋକଙ୍କୁ ଭୋଟ ଦେବା ଦରକାର ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି।

Share