କେଜରିଓ୍ବାଲଙ୍କୁ ପାରିଲେନି ୨୦୦ରୁ ଅଧିକ ଭାଜପା ଏମ୍‌ପି: ପୁଣି ଏଏପି ହାତରେ କ୍ଷମତା

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ପୁଣି ଥରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ନେତୃତ୍ୱରେ ସରକାର ଗଠନ କରିବାକୁ ଯାଉଛି। ଭାଜପା ପ୍ରଚାର କାର୍ଯ୍ୟରେ ୨୦୦ରୁ ଅଧିକ ଏମ୍‌ପିଙ୍କୁ ଲଗାଇଥିଲେ ମଧ୍ୟ ସେମାନେ କେଜରିଓ୍ବାଲଙ୍କୁ ପାରି ନାହାଁନ୍ତି। କେଜରିଓ୍ବାଲଙ୍କ ଲୋକ ସେବା ଆଗରେ ଭାଜପାର ପ୍ରଚାର ଶେଷରେ ଫିକା ସାବ୍ୟସ୍ତ ହୋଇଛି। ଦିଲ୍ଲୀ ଜନସାଧାରଣ ଏଏପିକୁ ୫୮ ଆସନରେ ଆଗୁଆ କରି ପୁଣି ଥରେ କେଜରିଓ୍ବାଲଙ୍କ ପ୍ରତି ନିଜର ସମର୍ଥନ ଜଣାଇଛନ୍ତି। ଏଏପିର ଲୋକାଭିମୁଖୀ କାର୍ଯ୍ୟ ଯୋଗୁ ଦଳ ରାଜ୍ୟରେ ସଂଖ୍ୟା ଗରିଷ୍ଠତା ହାସଲ କରିପାରିଛି। ଅପରପକ୍ଷରେ ଭାଜପା ଗତଥରର ଏକ ସଂଖ୍ୟା ବିଶିଷ୍ଟ ଆସନକୁ ଦୁଇ ସଂଖ୍ୟା ବିଶିଷ୍ଟ କରିବାର ଆଶା ନେଇ ବସିଛି।

Share