Categories: ଜାତୀୟ

କେଜରିଓ୍ବାଲଙ୍କୁ ପ୍ରଶଂସା: କଂଗ୍ରେସ ନେତା ମିଲିନ୍ଦ ଦଓ୍ବେଡ଼ା-ଅଜୟ ମାକନ ମୁହାଁମୁହିଁ

ନୂଆଦିଲ୍ଲୀ, ୧୭।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ପ୍ରଶଂସା କରିବାକୁ ନେଇ କଂଗ୍ରେସର ଦୁଇ ନେତା ମୁହାଁମୁହିଁ ହୋଇଛନ୍ତି। କଂଗ୍ରେସ ନେତା ମିଲିନ୍ଦ ଦଓ୍ବେଡ଼ା କେଜରିଓ୍ବାଲଙ୍କ ଶାସନ ସମୟରେ ରାଜ୍ୟର ରାଜସ୍ବ ଦୁଇଗୁଣା ହୋଇ ୬୦ ହଜାର କୋଟି ଟଙ୍କାରେ ପହଞ୍ଚିଥିବାରୁ ଟୁଇଟ୍‌ କରି ପ୍ରଶଂସା କରିଛନ୍ତି। ଏହାକୁ ନେଇ କଂଗ୍ରେସର ନେତା ଅଜୟ ମାକନ ମିଲିନ୍ଦଙ୍କୁ ପ୍ରଶ୍ନ କରିଛନ୍ତି ଯେ, କ’ଣ ଦଳ ଛାଡିବାକୁ ଚାହୁଁଛନ୍ତି କି?। ଦୁଇ ନେତାଙ୍କ ମଧ୍ୟରେ କେଜରିଓ୍ବାଲଙ୍କୁ ପ୍ରଶଂସା ନେଇ ଜାରି ରହିଥିବା ଟୁଇଟ୍‌ ଯୁଦ୍ଧ ଏବେ ରୋଚକ ସ୍ଥିତିରେ ପହଞ୍ଚିଛି।

Share