Categories: ଜାତୀୟ

କେଜରିଓ୍ବାଲଙ୍କୁ ହୋଇନାହିଁ କରୋନା, ନେଗେଟିଭ୍‌ ଆସିଲା ରିପୋର୍ଟ

ନୂଆଦିଲ୍ଲୀ, ୯।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ କରୋନା ସଂକ୍ରମଣ ହୋଇନାହିଁ। ମଙ୍ଗଳବାର ତାଙ୍କର ସ୍ବାବ୍‌ ନମୂନା ରିପୋର୍ଟ ନେଗେଟିଭ୍‌ ଆସିଥିବା ସୂଚନା ମିଳିଛି।

ପ୍ରକାଶ ଯେ, କେଜରିଓ୍ବାଲଙ୍କୁ ସୋମବାର ଗଳାରେ ଦରଜ ସହ ଜ୍ୱର ଅନୁଭବ ହୋଇଥିଲା। ଫଳରେ ସେ ନିଜକୁ ହୋମ୍‌ ଆଇସୋଲେଶନରେ ରଖିଥିଲେ। ତେବେ ଏହା କରୋନା ଭଳି ଲକ୍ଷଣ ହୋଇଥିବାରୁ ମଙ୍ଗଳବାର ତାଙ୍କର ନମୂନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା।

Share