Categories: ଜାତୀୟ

କେଜରିଓ୍ବାଲଙ୍କ କ୍ୟାବିନେଟରେ ନାହାନ୍ତି କେହି ମହିଳା

ନୂଆଦିଲ୍ଲୀ,୧୬।୨: ଆମ ଆଦମୀ ପାର୍ଟି(ଏଏପି) ଚଳିତ ୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନରେ କ୍ଲିନ ସୁଇପ କରିଥିବା ବେଳେ ମୋଟ ୭୦ ଆସନରୁ ଏଏପିକୁ ମିଳିଛି ୬୨। ରବିବାର ଦଳ ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ତୃତୀୟ ଥର ଲାଗି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏହାସହ ଅନ୍ୟ ୫ ପୂରୁଣା ମନ୍ତ୍ରୀ ମଧ୍ୟ ଏଥର ଶପଥ ଗ୍ରହଣ କରିଛନ୍ତି। ଶୁଣିବାକୁ ମିଳିଛି ଏଥର କେଜରିଓ୍ବାଲଙ୍କ ନୂଆ କ୍ୟାବିନେଟରେ କୌଣସି ଜଣେ ମହିଳାଙ୍କୁ ସ୍ଥାନ ଦିଆଯାଇନାହିଁ। ଯଦିଓ ଏଥର ନିର୍ବାଚନରେ ୮ ଏଏପି ମହିଳା ପ୍ରାର୍ଥୀ ଅତିଶି ମାରଲେନା, ରାକ୍ଷୀ ବିର୍ଲା, ରାଜ କୁମାରୀ ଧିଲନ, ପ୍ରୀତି ତୋମାର, ଧନଓ୍ବତି ଚାନ୍ଦେଲା, ପରମିଳା ଟୋକାସ, ଭାବନା ଗୌର ଓ ବନ୍ଦନା କୁମାରୀ ବିଜୟ ଲାଭ କରିଛନ୍ତି ହେଲେ ଏମାନଙ୍କ ମଧ୍ୟରୁ କାହାକୁ କେଜରିଓ୍ବାଲଙ୍କ କ୍ୟାବିନେଟରେ ଏଥର ସ୍ଥାନ ଦିଆଯାଇ ନାହିଁ ବୋଲି କୁହାଯାଉଛି। ମହିଳାଙ୍କ ପାଇଁ ମାଗଣା ବସ୍‌ ସେବା ଓ ସୁରକ୍ଷାକୁ ବଡ ପ୍ରସଙ୍ଗ ଭାବେ ନେଇ ନିର୍ବାଚନ ପ୍ରଚାର କରାଯାଇଥିବା ବେଳେ ଏବେ ମହିଳାଙ୍କୁ କ୍ୟାବିନେଟରେ ସ୍ଥାନ ନ ମିଳିବାକୁ ନେଇ ଆଲୋଚନା ହେଲାଣି।

Share