Categories: ଜାତୀୟ

କେଜରିଓ୍ବାଲଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୬।୯: ଦିଲ୍ଲୀ ମେଟ୍ରୋରେ ମହିଳାଙ୍କ ମାଗଣା ଯାତ୍ରାକୁ ନେଇ କେଜରିଓ୍ବାଲ ସରକାରଙ୍କ ପ୍ରସ୍ତାବ ଉପରେ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କାହିଁକି ମହିଳାଙ୍କୁ ମାଗଣାରେ ମେଟ୍ରୋ ସେବା ଦେବାକୁ ଚାହୁଁଛନ୍ତି। ସରକାର ଲୋକଙ୍କ ଟ୍ୟାକ୍ସ ଟଙ୍କାକୁ ସଠିକ୍‌ ଉପଯୋଗ କରିବା ସହ ଏଭଳି ମାଗଣା ଯୋଜନାରୁ ନିବୃତ୍ତ ରୁହନ୍ତୁ ବୋଲି କୋର୍ଟ କହିଛନ୍ତି। ସେହିପରି ସରକାରଙ୍କୁ ଏନେଇ ନିଶ୍ଚିତ କରନ୍ତୁ ଯେ, ଏହି ନିଷ୍ପତ୍ତି ଦ୍ୱାରା ଯେପରି ମେଟ୍ରୋ ରେଳ ପ୍ରଭାବିତ ନ ହୁଏ। ଯଦି ଏହି ପ୍ରକଳ୍ପ ଯୋଗୁ କୌଣସି କ୍ଷତି ହୁଏ, ତେବେ ତାହା ସରକାର ଭରଣା କରିବେ। ଅନ୍ୟପଟେ କେନ୍ଦ୍ର ଓ ଦିଲ୍ଲୀ ସରକାର ମେଟ୍ରୋ ରେଳ ପ୍ରକଳ୍ପର ଜମି ପାଇଁ ଅଧା ଅଧା ଖର୍ଚ୍ଚ ବହନ କରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Share