Categories: ଜାତୀୟ

କେଜରିଓ୍ବାଲଙ୍କ ପାଇଁ ଭୋଟ ମାଗିଲେ ପରିବାର

ନୂଆଦିଲ୍ଲୀ, ୧୯।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋରସୋରରେ ଚାଲିଛି। ରବିବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ପାଇଁ ତାଙ୍କ ପରିବାର ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି। ନୂଆଦିଲ୍ଲୀ ବିଧାନସଭା ଆସନରୁ ନିର୍ବାଚନ ଲଢୁଥିବା କେଜରିଓ୍ବାଲଙ୍କ ସ୍ତ୍ରୀ ସୁନୀତା, ଝିଅ ହର୍ଷିତା ଏବଂ ପୁଅ ପୁଲକିଲ୍‌ ଘର ଘର ବୁଲି ଭୋଟ ମାଗୁଛନ୍ତି। ହର୍ଷିତା ଆଇଆଇଟି ପଢା ଶେଷ କରିଥିବାବେଳେ ପୁଲକିତ୍‌ ଏବେ ଆଇଆଇଟି ପଢୁଛନ୍ତି। ସେହିପରି ସୁନୀତା କେଜରିଓ୍ବାଲ ଜଣେ ଆଇଆରଏସ୍‌ ଅଧିକାରୀ। ସେ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଛନ୍ତି। ସୂଚନାଯୋଗ୍ୟ, କେଜିଓ୍ବାଲ୍‌ ତୃତୀୟଥର ପାଇଁ ନୂଆଦିଲ୍ଲୀରୁ ନିର୍ବାଚନ ଲଢୁଛନ୍ତି। ୨୦୧୩ରେ ପ୍ରଥମେ ଏହି ଆସନରୁ ନିର୍ବାଚନ ଲଢି ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତ୍ରୀ ଶୀଲା ଦୀକ୍ଷିତଙ୍କୁ ୨୬ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ। ୨୦୧୫ରେ କେଜରିଓ୍ବାଲ ଭାଜପାର ନୂପୁର ଶର୍ମାଙ୍କୁ ୩୨ ହଜାର ଭୋଟରେ ପରାସ୍ତ କରିଥିଲେ।

Share