Categories: ଜାତୀୟ

କେଜରିଓ୍ବାଲଙ୍କ ବିରୋଧରେ ଲଢିବାକୁ ଭାଜପା-କଂଗ୍ରେସକୁ ମିଳୁନାହାନ୍ତି ପ୍ରାର୍ଥୀ!

ନୂଆଦିଲ୍ଲୀ,୨୦।୧: ପାଖେଇ ଆସୁଛି ଦିଲ୍ଲୀ ବିଧାନସଭା ନିର୍ବାଚନ। ନୂଆଦିଲ୍ଲୀ ଆସନରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଆମ ଆଦମୀ ପାର୍ଟି(ଏଏପି) ପକ୍ଷରୁ ସୋମବାର ନାମାଙ୍କନ ଦାଖଲ କରିବେ ବୋଲି କୁହାଯାଉଛି। ହେଲେ କେଜରିଓ୍ବାଲଙ୍କ ବିରୋଧରେ ଲଢିବାକୁ ଏପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି(ଭାଜପା) ଅବା କଂଗ୍ରେସ ତା’ର କୌଣସି ପ୍ରାର୍ଥୀଙ୍କ ନାମ ଚୁଡାନ୍ତ କରିପାରୁ ନ ଥିବା ସୂଚନା ମିଳିଛି। ଦିନେ ଦୁଇଦିନ ତଳେ ଏହାକୁ ନେଇ କଂଗ୍ରେସ ତା’ର ପ୍ରାର୍ଥୀ ଖୋଜୁଥିଲେ ମଧ୍ୟ ସେମିତି କେହି ନଜରକୁ ଆସି ନ ଥିବା କୁହାଯାଉଛି। ସେପଟେ ଭାଜପା ମଧ୍ୟ କେଜରିଓ୍ବାଲଙ୍କ ବିରୋଧରେ ଲଢିବାକୁ କାହାକୁ ମଇଦାନକୁ ଛାଡିବ ତାହା ସ୍ଥିର କରିପାରୁ ନାହିଁ ବୋଲି ଆଲୋଚନା ହେଉଛି। ଶୁଣାଯାଉଥିଲା କି ଉଭୟ ଦଳ ହାଇପ୍ରୋଫାଇଲ ପ୍ରାର୍ଥୀଙ୍କୁ କେଜରିଓ୍ବାଲଙ୍କ ବିରୋଧରେ ମଇଦାନକୁ ଓହ୍ଲାଇବେ ବୋଲି ସ୍ଥିର କରିଥିଲେ ହେଲେ ଏପର୍ଯ୍ୟନ୍ତ ଦୁଇ ଦଳ କୌଣସି ନିର୍ଣ୍ଣୟ ନେଇ ପାରୁ ନ ଥିବା ଆଲୋଚନା ହେଲାଣି।

Share