Categories: ଜାତୀୟ

କେଜରିଓ୍ବାଲଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେନାହିଁ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୩।୨: ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ଆସନ୍ତା ୧୬ରେ ତୃତୀୟ ଥର ଲାଗି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ରାମ ଲିଳା ମଇଦାନରେ କେଜରିଓ୍ବାଲଙ୍କ ସହ ତାଙ୍କ ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବେ ବୋଲି ସୂଚନା ରହିଛି। ଏହାକୁ ନେଇ ସେ ଉପରାଜ୍ୟପାଳ ଅନିଲ ବେଜଲଙ୍କୁ ପତ୍ର ଲେଖି ସରକାର ଗଠନ ପାଇଁ ଅନୁମତି ମାଗିଛନ୍ତି। ଅନୁମାନ କରାଯାଉଥିଲା କେଜରିଓ୍ବାଲଙ୍କ ଶପଥ ଗ୍ରହଣ ସମାରୋହରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ସମର୍ଥନ ନ କରୁଥିବା ଦଳର ନେତା ଯୋଗଦେଇ ପାରନ୍ତି। ହେଲେ ଏବେ ଶୁଣିବାକୁ ମିଳିଛି କି ଦିଲ୍ଲୀ ବ୍ୟତୀତ ବାହାର ରାଜ୍ୟର  କୌଣସି ନେତାଙ୍କୁ ଏଥିଲାଗି ନିମନ୍ତ୍ରଣ କରାଯାଇ ନାହିଁ। ଅର୍ଥାତ୍‌ କେଜରିଓ୍ବାଲଙ୍କ ଶପଥ ଗ୍ରହଣ ସମାରୋହରେ ଅନ୍ୟ କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗଦେଇ ନ ପାରନ୍ତି। ବିଶେଷ ସୂତ୍ରରୁ ମିଳିଥିବା ଏହି ସୂଚନା ଅନୁଯାୟୀ, ଏଏପି ଏଥିନେଇ ଚୁଡାନ୍ତ ନିଷ୍ପତ୍ତି ନେଇ ନ ଥିବା ବେଳେ ଭାଜପା ଭଳି ରାଜନୀତି କରିବାକୁ ଚାହୁଁନାହିଁ ବୋଲି କୁହାଯାଉଛି।

Share