Categories: ଜାତୀୟ

କେଜରିଓ୍ବାଲ ଆୟୋଜନ କଲେ ରାତ୍ରଭୋଜନ

ନୂଆଦିଲ୍ଲୀ,୧୫।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ଶନିବାର ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ଏକ ରାତ୍ରଭୋଜନର ଆୟୋଜନ କରିଛନ୍ତି। କ୍ୟାବିନେଟ ମନ୍ତ୍ରୀ ପାଇଁ ଯେଉଁମାନେ ସମ୍ଭାବ୍ୟ ତାଲିକାରେ ରହିଛନ୍ତି ସେମାନଙ୍କୁ ନେଇ ଏହି ରାତ୍ରଭୋଜନର ଆୟୋଜନ କରାଯାଇଥିବା ଜଣାପଡିଛି। ଏହି ସମୟରେ କେଜରିଓ୍ବାଲ ସରକାର କେଉଁ ଦିଗକୁ ଅଗ୍ରାଧିକାର ଦେବେ ସେ ସମ୍ପର୍କରେ ଆଲୋଚନା କରିବେ ବୋଲି ଜଣାପଡିଛି। ଏହାସହ ଆଗାମୀ ୩ମାସ ପାଇଁ ମନ୍ତ୍ରୀମାନଙ୍କୁ ଦିଆଯିବାକୁ ଥିବା ଦାୟିତ୍ୱକୁ ନେଇ ମଧ୍ୟ ଆଲୋଚନା କରାଯିବ। ଦିଲ୍ଲୀକୁ ଗ୍ଲୋବାଲ ସିଟି କରିବା ପାଇଁ ମଧ୍ୟ ରୋଡମ୍ୟାପ ପ୍ରସ୍ତୁତ କରାଯିବ ବୋଲି ସୂଚନା ମିଳିଛି। ରାଷ୍ଟ୍ରପତି କେଜରିଓ୍ବାଲଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରିବା ପରେ କେଜରିଓ୍ବାଲ ଏହି ରାତ୍ରଭୋଜନର ଆୟୋଜନ କରିଛନ୍ତି। ସୂଚନାଯୋଗ୍ୟ, ରବିବାର ରାମଲୀଳା ମଇଦାନରେ କେଜରିଓ୍ବାଲ ଓ ତାଙ୍କ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବା ପାଇଁ ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଲାଣି।

Share