Categories: ଜାତୀୟ

କେଜରିଓ୍ବାଲ ଯମୁନାରେ ବୁଡ ପକାଇଲେ ଏହା ସଫା ହୋଇଯିବ: ଶାହା

ନୂଆଦିଲ୍ଲୀ,୩୧।୧: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ଏବେ ରାଜନୀତି ହୋଇଛି ସରଗରମ। ଭାରତୀୟ ଜନତା ପାର୍ଟି(ଭାଜପା)ର ଷ୍ଟାର ପ୍ରଚାରକମାନେ ଏବେ ଦିଲ୍ଲୀର ଶାସକ ଆମ ଆଦମୀ ପାର୍ଟି(ଏଏପି) ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ଟାର୍ଗେଟ କରିଛନ୍ତି। ଶୁକ୍ରବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କିର୍ତ୍ତି ନଗରରେ ଏକ ରାଲିକୁ ଉଦ୍‌ବୋଧନ ଦେବା ଅବସରରେ କେଜରିଓ୍ବାଲଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି କେଜରିଓ୍ବାଲ ଯଦି ଯମୁନାରେ ବୁଡ ପକାନ୍ତି ତେବେ ଯମୁନା ସଫା ହୋଇଯିବ ବୋଲି ବିଶ୍ୱାସ କରାଯିବ। ଅନ୍ୟପଟେ ଶୁକ୍ରବାର ଭାଜପା ତା’ର ଘୋଷଣାପତ୍ର ଜାରି କରି ମାଗଣା ସାଇକେଲ, ୨ ଟଙ୍କାରେ ଅଟା ଆଦି ଦେବାକୁ କହିଛି।

Share