ନୂଆଦିଲ୍ଲୀ,୧୬।୭: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଓ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ ଜାମିନ ମିଳିଛି। ଦିଲ୍ଲୀର ଏକ ସ୍ବତନ୍ତ୍ର କୋର୍ଟ ମଙ୍ଗଳବାର ଏମାନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ, ଭାଜପା ନେତା ବିଜେନ୍ଦ୍ର ଗୁପ୍ତା ଏମାନଙ୍କ ନାଁରେ ଏକ ମାନହାନି ମାମଲା କରିଥିଲେ । ଏହି ମାମଲାରେ କେଜରିଓ୍ବାଲ ଓ ସିସୋଦିଆଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଆଉ ଏଥିଲାଗି ଉଭୟ ୧୦ ହଜାଟ ଟଙ୍କା ଲେଖାଏଁ ଦାଖଲ କରିଥିବା ସୂଚନା ମିଳିଛି। ଏହି ମାମଲାର ପରବର୍ତ୍ତି ଶୁଣାଣି ଆସନ୍ତା ୨୫ ତାରିଖରେ ହେବ।