‘କେଜିଏଫ୍‌-୨’ରେ ଶଟ୍‌ଲେସ୍‌ ହେବେ ୟଶ-ସଞ୍ଜୟ: ଦମ୍‌ଦାର ହେବ ଆକ୍ସନ ଦୃଶ୍ୟ

ବମ୍ବେ: କନ୍ନଡ଼ ଫିଲ୍ମ ‘କେଜିଏଫ୍‌ ଚାପ୍ଟର-୨’କୁ ନେଇ ଚର୍ଚ୍ଚାରେ ସଞ୍ଜୟ ଦତ୍ତ। ଫିଲ୍ମ ଯୋଗେ ଦକ୍ଷିଣ ଭାରତୀୟ ସିନେମା ଜଗତରେ ନିଜର ଡେବ୍ୟୁ କରି ବାକୁ ଯାଉଛନ୍ତି ସଞ୍ଜୁବାବା। ପୂର୍ବରୁ କେଜିଏଫ୍‌ ଚାପ୍ଟର-୧ ଢେର ସଫଳତା ପାଇଥିଲା। ଏଥିରେ ଅଭିନେତା ୟଶ ନଜରକୁ ଆସିଥିଲେ। ଫିଲ୍ମର ଦ୍ୱିତୀୟ ଭାଗରେ ୟଶ ଓ ସଞ୍ଜୟଙ୍କ ମଧ୍ୟରେ ଏକ ଜବରଦସ୍ତ ଆକ୍ସନ ସିନ୍‌ ଦେଖିବାକୁ ମିଳିବ। ଉଭୟ ଏହି ଶର୍ଟଲେସ୍‌ ଦୃଶ୍ୟ ପାଇଁ ପ୍ରସ୍ତୁତ ହୋଇ ସାରିଲେଣି। ସେମାନେ ନିଜ ନିଜ ଫିଟ୍‌ନେସ୍‌ ଉପରେ ଧ୍ୟାନ ମଧ୍ୟ ଦେଉଛନ୍ତି।

କେଜିଏଫ୍‌ ଦ୍ୱିତୀୟ ଭାଗରେ ଅଧୀରା ଭୂମିକାରେ ନଜରକୁ ଆସିବେ ସଞ୍ଜୟ। ଏହାର ନିର୍ଦ୍ଦେଶନା ଦେଉଛନ୍ତି ପ୍ରଶାନ୍ତ ନିଲ୍‌। ଅନ୍ୟାନ୍ୟ ଭୂମିକାରେ ରବିନା ଟଣ୍ଡନ୍‌ଙ୍କୁ ମଧ୍ୟ ଏଥିରେ ଦେଖାଯିବ। ଏହାଛଡ଼ା ସଞ୍ଜୁବାବାଙ୍କ ଅପ୍‌କମିଂ ପ୍ରୋଜେକ୍ଟସ୍‌କୁ ଯଦି ଦେଖାଯାଏ, ତେବେ ଗୋଟିଏ ପରେ ଗୋଟିଏ ଚର୍ଚ୍ଚିତ ଫିଲ୍ମରେ ସେ କାମ କରୁଛନ୍ତି। ଅଜୟଙ୍କ ସହ ସେ ‘ଭୁଜ: ଦ ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ’ କରୁଛନ୍ତି। ସେହିଭଳି ଟୋରବାଜ୍‌, ଶମଶେରା ଏବଂ ସଡକ-୨ ଭଳି ଫିଲ୍ମ ମଧ୍ୟ ତାଙ୍କ ହାତରେ ରହିଛି।

Share