କେଜିଏଫ୍‌-୨ର ଷ୍ଟାର୍‌ କାଷ୍ଟଙ୍କ ପାରିଶ୍ରମିକ କେତେ ଜାଣନ୍ତି

କେଜିଏଫ୍‌ ୨ ଏପ୍ରିଲ ୧୨ରେ ମୁକ୍ତିଲାଭ କରିଛି। ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶନାରେ କେଜିଏଫ୍‌-୨ ବକ୍ସ ଅଫିସରେ ରେକର୍ଡ ଭାଙ୍ଗୁଛି। ୧୦ ଦିନ ମଧ୍ୟରେ ୮୦୦ କୋଟିରୁ ଅଧିକ ଆୟ କରିଛି। ଖୁବ ଶୀଘ୍ର ଏହି ଫିଲ୍ମ ୧୦୦୦ କୋଟି କ୍ଲବରେ ଯୋଗ ଦେବ। କେବଳ ଫିଲ୍ମର ହିନ୍ଦୀ ସଂସ୍କରଣ ୩୭୫ କୋଟି ରୋଜଗାର କରିଛି। ଫିଲ୍ମରେ ମୁଖ୍ୟ ଅଭିନେତା ୟଶଙ୍କ ବ୍ୟତୀତ ସଞ୍ଜୟ ଦତ୍ତ, ରବୀନା ଟଣ୍ଡନ, ମାଳବିକା ଅବିନାଶ, ଶ୍ରୀନିଧି ଶେଟ୍ଟୀ ଏବଂ ପ୍ରକାଶ ରାଜ ମଧ୍ୟ ଅଭିନୟ କରିଛନ୍ତି। ତେବେ ଫିଲ୍ମର ଷ୍ଟାର କାଷ୍ଟ କେତେ ପାରିଶ୍ରମିକ ନେଇଛନ୍ତି ସେ ବିଷୟରେ ଆସନ୍ତୁ ଜାଣିବା

ଦକ୍ଷିଣ ଭାରତର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତାମାନଙ୍କ ମଧ୍ୟରୁ ଅଭିନେତା ୟଶ ଏହି କେଜିଏଫ୍‌-୨ରେ ରକି ଭୂମିକାରେ ଅଭିନୟ କରିବାକୁ ୩୦ କୋଟି ଟଙ୍କା ନେଇଛନ୍ତି। ସାଧାରଣତଃ ସେ ଗୋଟିଏ ଚଳଚ୍ଚିତ୍ର ପାଇଁ ୨୦ କୋଟି ଚାର୍ଜ କରନ୍ତି।

ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଏହି ଫିଲ୍ମରେ ଅଭିନୟ ପାଇଁ ୯ କୋଟି ଟଙ୍କା ଆଦାୟ କରିଛନ୍ତି। ଏହା ତାଙ୍କର ପ୍ରଥମ ଦକ୍ଷିଣ ଭାରତୀୟ ଫିଲ୍ମ।

ରବୀନା ଟଣ୍ଡନ ଏହି ଫିଲ୍ମ ପାଇଁ ସେ ୧.୫ କୋଟି ଟଙ୍କା ନେଇଛନ୍ତି।

ମଡେଲ ଏବଂ ଅଭିନେତ୍ରୀ ଶ୍ରୀନିଧି ଶେଟ୍ଟୀ କେଜିଏଫ୍‌-୨ ପାଇଁ ୩ କୋଟି ଟଙ୍କା ନେଇଛନ୍ତି।
ପ୍ରକାଶ ରାଜ କେଜିଏଫ୍‌-୨ ପାଇଁ ୮୦-୮୨ ଲକ୍ଷ ଟଙ୍କା ଗ୍ରହଣ ନେଇଛନ୍ତି।

ସେହିପରି ମାଳବିକା କେଜିଏଫ୍‌-୨ ପାଇଁ ୬୦-୬୨ ଲକ୍ଷ ଟଙ୍କା ନେଇଛନ୍ତି।

 

 

Share