Categories: ଜାତୀୟ

କେଜ୍‌ରିଓ୍ବାଲ କହିଲେ ବାହାର ଲୋକ କାମ

ନୂଆଦିଲ୍ଲୀ,୨୭ା୨: ଉତ୍ତର-ପୂର୍ବ ଦିଲ୍ଲୀରେ ଦିଲ୍ଲୀବାସୀ ହିଂସା ଭିଆଇନାହାନ୍ତି। ସେମାନେ ଶାନ୍ତି ଚାହାନ୍ତି। ଯାହାକିଛି ଘଟିଛି ସେଥିରେ ‘ଆମ୍‌ ଆଦ୍‌ମୀ’ଙ୍କ ଭୂମିକା ନାହିଁ, ଏହା ପଛରେ ବାହାର ଲୋକଙ୍କ ହାତ ରହିଛି। ଅସାମାଜିକ ତତ୍ତ୍ୱ, ରାଜନୈତିକ ଓ ବାହାର ଲୋକ ଏପରି କରିଛନ୍ତି। ଦିଲ୍ଲୀର ହିନ୍ଦୁ-ମୁସଲିମ୍‌ ପରସ୍ପର ମଧ୍ୟରେ କେବେ ଲଢ଼େଇ କରନ୍ତି ନାହିଁ ବୋଲି ବୁଧବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଲୋକଙ୍କ ମଧ୍ୟରେ ବିଶ୍ୱାସ ଫେରାଇ ଆଣିବା ଲାଗି ଉଦ୍ୟମ କରିବା ଉଚିତ ବୋଲି ଦିଲ୍ଲୀ ହାଇକୋର୍ଟ ପରାମର୍ଶ ଦେବା ପରେ କେଜ୍‌ରିଓ୍ବାଲ ଓ ମୁଖ୍ୟ ଶାସନ ସଚିବ କେତେକ ଦଙ୍ଗା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି।

Share