Categories: ବାଣିଜ୍ୟ

କେଟିଏମ୍‌ ପକ୍ଷରୁ ଷ୍ଟଣ୍ଟ ଶୋ

ଭୁବନେଶ୍ୱର,୩।୭: କେଟିଏମ୍‌ ପକ୍ଷରୁ କଟକ ଏବଂ ଭୁବନେଶ୍ୱରରେ ଆକର୍ଷଣୀୟ ଷ୍ଟଣ୍ଟ ଶୋ’ ଅନୁଷ୍ଠିତ ହୋଇଯାଇଛି। ପେସାଦାର ଷ୍ଟଣ୍ଟ ପ୍ରଦର୍ଶନକାରୀମାନେ ଏଠାରେ ଷ୍ଟଣ୍ଟ ପ୍ରଦର୍ଶନ କରିଛନ୍ତି। ବାଇକପ୍ରେମୀମାନେ ଏଥିରେ ନୂତନ ଭାବେ ଉନ୍ମୋଚିତ ଆର୍‌ସି ୧୨୫ ଏବିଏସ୍‌ ମଡେଲକୁ ଦେଖିବାର ସୁଯୋଗ ପାଇ ପାରିଥିଲେ। କଟକଠାରେ କଟକ କ୍ଲବ ଏବଂ ଭୁବନେଶ୍ୱରସ୍ଥିତ ଜନତା ମଇଦାନଠାରେ ଏହା ଅନୁଷ୍ଠିତ ହୋଇଥିଲା। କେଟିଏମ୍‌ ଡ୍ୟୁକ ବାଇକରେ ଷ୍ଟଣ୍ଟ ପ୍ରଦର୍ଶନ କରାଯାଇଥିଲା। ଦେଶର ବିଭିନ୍ନ ସହରରେ ଏଭଳି ଶୋ’ କମ୍ପାନୀ ପକ୍ଷରୁ ଆୟୋଜନ କରାଯାଉଛି। କଟକର ଲିଙ୍କରୋଡସ୍ଥିତ ଶୋ’ରୁମ ଏବଂ ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳ, ମେଫେୟାରଛକ ଏବଂ ଖଣ୍ଡଗିରି ଛକସ୍ଥିତ ଶୋ’ରୁମରୁ କମ୍ପାନୀର ବାଇକ ଗ୍ରାହକ ଲାଭ କରିପାରିବେ। କେଟିଏମ୍‌ ବାଇକର ରୋମାଞ୍ଚକୁ ଅନୁଭବ କରାଇବା ଲାଗି ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ବଜାଜ ଅଟୋର ପ୍ରୋ ବାଇକିଂ ଉପସଭାପତି ସୁମିତ ନାରଙ୍ଗ କହିଛନ୍ତି।

Share