‘କେଦାରନାଥ’ର ଗୋଟିଏ ବର୍ଷ ପୂର୍ତ୍ତି: ପୋଷ୍ଟ ଲେଖି ପୁରୁଣା ସ୍ମୃତିକୁ ମନେ ପକାଇଲେ ସାରା

ବମ୍ବେ: ଇତିମଧ୍ୟରେ ଫିଲ୍ମ ‘କେଦାରନାଥ’କୁ ପୁରିଛି ଏକ ବର୍ଷ। ସୋସିଆଲ ମିଡିଆରେ ଫିଲ୍ମ ସହ ଜଡିତ କିଛି ଫଟୋ ଶେୟାର କରି ପୁରୁଣା ସ୍ମୃତିକୁ ମନେପକାଇଛନ୍ତି ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌। ଗୋଟିଏ ବର୍ଷ ବିତିଯାଇଥିବା ଭଳି ମନେ ହେଉ ନ ଥିବା ଏବଂ ଫିଲ୍ମଟି ସବୁଦିନ ପାଇଁ ତାଙ୍କର ସୁନ୍ଦର ସ୍ମୃତି ହୋଇ ରହିବ ବୋଲି ସେ କହିଛନ୍ତି।

କେଦାରନାଥ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ସାରା। ଫିଲ୍ମରେ ତାଙ୍କ ଚରିତ୍ରର ନାମ ‘ମୁକ୍କୁ’ ରହିଥିଲା। ଏଥିରେ ତାଙ୍କ ନାୟକ ସାଜିଥିଲେ ସୁଶାନ୍ତ ସିଂ ରାଜପୁତ। ଫିଲ୍ମର କାହାଣୀ କେଦାରନାଥରେ ହୋଇଥିବା ବିପତ୍ତି ଉପରେ ପର୍ଯ୍ୟବଶିତ ଥିବା ବେଳେ ଏହା ଦର୍ଶକଙ୍କୁ ପସନ୍ଦ ଆସିଥିଲା। ସାରା ମଧ୍ୟ ନବାଗତା ଭାବେ ନିଜର ଅଭିନୟ ଯୋଗେ ସମସ୍ତଙ୍କ ମନ ଜିଣିଥିଲେ। କୁହାଯାଏ କେଦାରନାଥ ଶୁଟିଂ ସେଟ୍‌ରେ ତାଙ୍କୁ ଆଉ ଏକ ଫିଲ୍ମର ଅଫର୍‌ ମିଳିଥିଲା। ନିର୍ଦ୍ଦେଶକ ଅଭିଶେକ କପୁର ସାରାଙ୍କୁ ଫିଲ୍ମ ‘ସିମ୍ବା’ପାଇଁ ସାଇନ୍‌ କରିଥିଲେ। ଫିଲ୍ମରେ ସାରା ରଣବୀର ସିଂଙ୍କ ବିପକ୍ଷରେ ନଜର ଆସିଥିଲେ।

Share