Categories: ଗଞ୍ଜାମ

କେନାଲକୁ ଓଲଟିଲା କାର୍‌, ଚାଳକ ଗୁରୁତର

କେନାଲକୁ ଓଲଟିଲା କାର୍‌, ଚାଳକ ଗୁରୁତର

ଦିଗପହଣ୍ଡି,୨୨।୭(ଡି.ଏନ.ଏ.):ସାନଖେମୁଣ୍ଡି ବ୍ଲକ ନିସ୍ତିପୁର-ଲକ୍ଷ୍ମୀପୁର ମୁଖ୍ୟ ରାସ୍ତାକଡ଼ରେ ଥିବା କେନାଲ ମଧ୍ୟକୁ ସୋମବାର ସକାଳ ପ୍ରାୟ ୮ଟାରେ ଏକ କାର ଓଲଟି ପଡ଼ିବାରୁ ଚାଳକ ଗୁରୁତର ହୋଇଛନ୍ତି। ଆହତ ଚାଳକଙ୍କ ପରିଚୟ ଜଣାପଡ଼ ନାହିଁ। ତାଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କାରଟି କଙ୍କୋରଡ଼ାର ଡି. ଶିବ ଶଙ୍କର ଆଚାରୀଙ୍କ ବୋଲି ଜଣାପଡ଼ିଛି।