କେନାଲ କାମରେ ଅନିୟମିତତା: ବିରୋଧ କରି କାର୍ଯ୍ୟବନ୍ଦ କଲେ ଗ୍ରାମବାସୀ

ଜମନକିରା,୩।୩(ଡି.ଏନ୍‌.ଏ): ସମ୍ବଲପୁର ଜିଲା କୁଚିଣ୍ଡା ଉପଖଣ୍ଡସ୍ଥ କ୍ଷୁଦ୍ର ଓ ମଧ୍ୟମ ଜଳସେଚନ ବିଭାଗ (ଏମ୍‌ଆଇପି) ପକ୍ଷରୁ ଜମନକିରା ବ୍ଲକ୍‌ ସଦର ମହକୁମାର ମୁଖ୍ୟ କେନାଲ କାମକୁ ଖଇରଡିହି ଗ୍ରାମବାସୀ ବିରୋଧ କରିଛନ୍ତି।
କାର୍ଯ୍ୟରେ ଅନିୟମିତତା ଦର୍ଶାଇ ସୋମବାର ଗ୍ରାମବାସୀ ଏହାକୁ ବିରୋଧ କରି କାମ ବନ୍ଦ କରିଥିଲେ। ବିଭାଗ ଅଧିକାରୀ ଆସି କାମ ତଦାରଖ କରିବା ପରେ କାମ ଆରମ୍ଭ କରାଯିବ ବୋଲି ଗ୍ରାମବାସୀ କହିଛନ୍ତି। ଏସଂକ୍ରାନ୍ତରେ ବିଭାଗୀୟ କୁଚିଣ୍ଡା ସହକାରୀ ଯନ୍ତ୍ରୀ ମୃତ୍ୟୁଞ୍ଜୟ ମହାନ୍ତିଙ୍କୁ ପଚାରିବାରୁ ସେ ଅଭିଯୋଗ ହୋଇଥିବା କଥାକୁ ସ୍ବୀକାର କରିଥିବା ବେଳେ କନିଷ୍ଠଯନ୍ତ୍ରୀ ଯାଇ କାମ ତଦାରଖ କଲାପରେ କାମ କରାଯିବ ବୋଲି କହିଛନ୍ତି। ତେବେ ଯଦି କାମରେ ତ୍ରୁଟି ପରିଲଖିତ ହୁଏ, ତାହା ଭଙ୍ଗାଯାଇ ପୁନର୍ବାର କରାଯିବ ବୋଲି ସେ କହିଛନ୍ତି।

Share