କେନ୍ଦୁଝରରୁ ଯାତାୟାତ କଟକଣା ଉଠିଲା

କେନ୍ଦୁଝର,୩ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପୋଲିସ କରୋନା ପାଇଁ ଗାଡ଼ି ପାସ୍‌ ବ୍ୟବସ୍ଥାକୁ ଉଚ୍ଛେଦ କରିଛନ୍ତି। ଏଣୁ ଅନ୍‌ଲାଇନ୍‌ ପାସ ଆବେଦନ ସ୍ଥଗିତ କରାଯାଇଛି। ଓଡ଼ିଶାର ଯେ କୌଣସି ସ୍ଥାନକୁ ଯିବା ପାଇଁ ପାସ୍‌ର ଆବଶ୍ୟକତା ନ ଥିବା ବେଳେ ରାଜ୍ୟ ବାହାରକୁ ଗଲେ ଜିଲାପାଳଙ୍କଠାରୁ ପାସ୍‌ ନେଇ ଯାଇ ପାରିବେ ବୋଲି କେନ୍ଦୁଝର ଏସ୍‌ପି ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।

Share