କେନ୍ଦୁଝରରେ ଅଟକିଛନ୍ତି ବାହାର ରାଜ୍ୟର ଶ୍ରମିକ

କେନ୍ଦୁଝର,୨୬ା୩(ସ୍ବ.ପ୍ର)- ପେଟପାଟଣା ପାଇଁ ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲାରୁ ଆସିଥିବା ଶ୍ରମିକମାନେ କେନ୍ଦୁଝରରେ ଅଟକି ରହିଛନ୍ତି। କରୋନା ପାଇଁ ଦେଶ ବ୍ୟାପି ଲକ୍‌ଡାଉନ ହୋଇ ଥିବାରୁ ସେମାନେ ଘରକୁ ଫେରି ପାରୁ ନାହାନ୍ତି। ଅନ୍ୟପକ୍ଷେ କାମଧନ୍ଧା ବନ୍ଦ ରହିଥିତ୍ବାରୁ ସେମାନେ ମଜୁରୀ ନ ପାଇ ବହୁ ଅସୁବିଧାର ସମ୍ମୁଖୀନ ହୋଉଛନ୍ତି। କେନ୍ଦୁଝର ଜିଲା ପ୍ରଶାସନ ସେମାନଙ୍କୁ ଘରକୁ ପଠାଇବା ବ୍ୟବସ୍ଥା କରିବାକୁ ସେମାନେ ନିବେଦନ କରିଛନ୍ତି।

Share