କେନ୍ଦୁଝରରେ ଇଦ୍‌ ପର୍ବ ପାଳିତ

କେନ୍ଦୁଝର, ୫।୬(ସ୍ବ.ପ୍ର.): କେନ୍ଦୁଝର ଜିଲାର ବିଭିନ୍ନ ସ୍ଥାନରେ ମୁସଲମାନଙ୍କ ପର୍ବ ଇଦ୍‌ ଧୂମ୍‌ଧାମରେ ପାଳିତ ହୋଇଯାଇଛି। ଭାଇଚାରାର ଏହି ପର୍ବରେ ମୁସଲମାନ ସମ୍ପ୍ରଦାୟର ଲୋକମାନେ ସକାଳୁ ବିଭିନ୍ନ ମସ୍‌ଜିଦ୍‌ରେ ନମାଜ ପାଠ କରିବା ସହ ପରସ୍ପରକୁ ଆଲିଙ୍ଗନକରି ଶୁଭେଚ୍ଛା ଜଣାଇଛନ୍ତି। ସ୍ଥାନୀୟ ମାଗୁରଗଡ଼ିଆ ମସ୍‌ଜିଦରେ ମୁସଲମାନ ଭାଇମାନେ ଏକତ୍ରହୋଇ ନମାଜ ପାଠ କରିବା ସହ ପରସ୍ପରକୁ ଅଭିନନ୍ଦନ ଜଣାଇ ଲଚ୍ଛା, ମିଠା ଖୁଆଇଛନ୍ତି। ଏକମାସ ଧରି ଉପବାସ ରହିବା ପରେ ଇଦ୍‌ ପାଳନ କରି ଭାଇଚାରାର ପର୍ବ ପାଳନ କରିଛନ୍ତି।