କେନ୍ଦୁଝର,୧୨।୧୧(ସ୍ବ.ପ୍ର): କେନ୍ଦୁଝର ଜିଲା କଂଗ୍ରେସର ପକ୍ଷରୁ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ସଂପୃକ୍ତ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଶାନ୍ତିପୂର୍ଣ୍ଣ ହରତାଳ କରାଯାଇଛି। ସଭାପତି ବିପ୍ଲବ ମିଶ୍ରଙ୍କ ନେତ୍ୃତ୍ୱରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛଅ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ବିକ୍ଷୋପ କରାଯାଇଛି। ତେବେ ଦୋକାନ ବଜାର ଖୋଲା ରହିଥିବା ବେଳେ ଗାଡ଼ି ଚଳା ଚଳ ସାମାନ୍ୟ ବନ୍ଦ ରହିଥିଲା। ସେହିପରି ଅଫିସ, ଶିକ୍ଷାନୁଷ୍ଠାନ ଆଦି ଖୋଲା ରହିଥିଲା। ଏଥିରେ ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ସମ୍ପାଦକ ସଂଗ୍ରାମ ଦାସ, ଜିଲା ସଭାନେତ୍ରୀ ସଙ୍ଗୀତ ସିଂ, ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ସମେତ ଅନ୍ୟମାନେ ସାମିଲ ହୋଇ ଥିଲେ।