କେନ୍ଦୁଝରରେ କାଳବୈଶାଖୀ ତାଣ୍ଡବ

କେନ୍ଦୁଝର, ୧୮ା୪(ଡି.ଏନ.ଏ.): କେନ୍ଦୁଝର ଜିଲାରେ ବୁଧବାର କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି। ଏହାର ପ୍ରଭାବରେ ବହୁ ଅଞ୍ଚଳରେ କୁଆପଥର ମାଡ଼ ହୋଇଥିଲା। ବ୍ୟାପକ ଫସଲ ନଷ୍ଟ ହୋଇଛି। ସଦର ବ୍ଲକର ଶଙ୍କିରୀ ଗ୍ରାମ ପଞ୍ଚାୟତର ପୋଟଳ ଗଁାରେ ପବନ ଓ କୂଆପଥର ମାଡରେ ଜହ୍ନି, ବିଲାତି, କୋବି, ରୁମାଛୁଇଁ ଆଦି ପନିପରିବା ନଷ୍ଟ ହୋଇଛି। ଏହି କୂଆପଥର ମାଡରେ ଏକାଧିକ ପକ୍ଷୀଙ୍କର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି। ଏଥିସହିତ ପାଟଣା ବ୍ଲକର ବାଉଁଶୂଳୀ, ଭଅଁରପୁର, ଖିରେଇଟାଙ୍ଗିରୀ, ଭୁଲୁଦା, ରେଙ୍ଗାଳବେଡା, ଅଙ୍ଗିକଳା, ଚିଲିଦା ଅଞ୍ଚଳରେ ମଧ୍ୟ କୂଆପଥର ମାଡ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି।