କେନ୍ଦୁଝରରେ ଜଣେ ସୁସ୍ଥ ହୋଇ ଫେରିଲେ

କେନ୍ଦୁଝର,୧୪।୫(ସ୍ବ.ପ୍ର.)-କେନ୍ଦୁଝର ଜିଲାରେ ୪ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରଥମ ପଜିଟିଭ ଚିହ୍ନଟ ରୋଗୀ ସୁସ୍ଥ ହୋଇ ଗୁରୁବାର ଘରକୁ ଫେରିଛନ୍ତି। ଫଳରେ ଜିଲାରେ ଦେଖାଦେଇଥିବା କରୋନା ସ୍ଥିତିକୁ ନେଇ ଜିଲାବାସୀ ଆଶ୍ୱସ୍ତ ହୋଇଛନ୍ତି। ଜିଲାର ଆନନ୍ଦପୁର ବ୍ଲକରେ ଜଣେ ଓ ହାଟଡ଼ିହୀ ବ୍ଲକର ୩ଜଣଙ୍କୁ ମିଶାଇ ମୋଟ ୪ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଜଣେ ସୁସ୍ଥ ହେବା ପରେ ବର୍ତ୍ତମାନ ଆଉ ୩ ଜଣ ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ୧୩ତାରିଖ ସୁଦ୍ଧା ଜିଲାରୁ ସମୁଦାୟ ୨୧୮୯ଜଣଙ୍କ ସ୍ବାବ୍‌ ପରୀକ୍ଷା ପାଇଁ ପଠାଯାଇଥିଲା। ସେଥି ମଧ୍ୟରୁ ୨୧୮୫ ଜଣଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି।

Share