କେନ୍ଦୁଝରରେ ପୁଣି ୫ କରୋନା ରୋଗୀ

କେନ୍ଦୁଝର,୧୮ା୬(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଗୁରୁବାର ଆଉ ୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୦ରେ ପହଞ୍ଚିଛି। ସମସ୍ତ ରୋଗୀ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିଲେ। ଏମାନଙ୍କ ମଧ୍ୟରୁ ବଡ଼ବିଲରେ ଦୁଇ ଜଣ, ଝୁମ୍ପୁରାରେ ଦୁଇ ଜଣ ଓ ତେଲକୋଇରେ ଜଣେ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ, ୮୦ ଆକ୍ରାନ୍ତଙ୍କ ମଧ୍ୟରୁ ଅଦ୍ୟାବଧି ୪୪ ଜଣ ସୁସ୍ଥ ହୋଇଥିବା ବେଳେ ଅନ୍ୟ ୩୬ ଜଣ ଚିକିତ୍ସାଧୀନ ଅଛନ୍ତି।