Microscopic view of Coronavirus, a pathogen that attacks the respiratory tract. Analysis and test, experimentation. Sars. 3d render
କେନ୍ଦୁଝର, ୨୯।୪(ସ୍ବ.ପ୍ର.)-କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପଞ୍ଚୁପଲି ପଞ୍ଚାୟତର ନୂଆଗାଁରେ ଜଣେ ୬୦ ବର୍ଷ ବୟସ୍କ କରୋନା ପଜିଟିଭ ଚିହ୍ନଟ ହୋଇଛି। ସେ କଲିକତାରୁ ଫେରିଥିଲେ। ସେ କଲିକତାରୁ ଫେରି ୧୪ ଦିନ କ୍ୱାରାଣ୍ଟାଇନରେ ରହି ଘରକୁ ଫେରିଥିଲେ। ତାଙ୍କ ସହିତ ୨୧୯ ଜଣଙ୍କ ସ୍ବାବ ଟେଷ୍ଟ ପାଇଁ ପଠାଯାଇଥିଲା। ତେବେ ଏହି ଗୋଟିଏ ପଜିଟିଭ ବାହାରି ଥିବା ସିଡିଏମଓ ଡକ୍ଟର ଅଶୋକ ଦାସ ସୂଚନା ଦେଇଛନ୍ତି। ସମୁଦାୟ ୩୭୦ଜଣ କଲିକତାରୁ ଫେରିଥିବାବେଳେ ୨୮ ଦିନ କଟାଇଥିବା ଲୋକଙ୍କୁ ଛାଡି ବାକି ୨୧୯ ଜଣଙ୍କ ସୱାବ ଟେଷ୍ଟ ଯାଞ୍ଚ ବେଳେ ଜଣା ପଡିଥିଲା। ସେ କଲିକତା ବଡ଼ ବଜାରରେ ଶ୍ରମିକ ଭାବରେ କାମ କରୁଥିଲେ।