କେନ୍ଦୁଝରରେ ସାବିତ୍ରୀ ବ୍ରତ ପାଳିଲେ ଶତାଧିକ ମହିଳା

କେନ୍ଦୁଝର,୩।୬ (ସ୍ବ.ପ୍ର.): କେନ୍ଦୁଝର ଜିଲା ପୁରପଲ୍ଲୀରେ ସାବିତ୍ରୀ ବ୍ରତ ପାଳିତ ହେଉଛି। ବିଭିନ୍ନ ଦେବଦେବୀ ପୀଠରେ ବିବାହିତ ମହିଳାମାନେ ସ୍ବାମୀଙ୍କ ଶୁଭମନାସୀ, ଦୀର୍ଘ ଜୀବନ କାମନା କରି ଉପବାସ ରହି ଏହି ବ୍ରତ ରଖି ପୂଜାର୍ଚ୍ଚନା କରୁଛନ୍ତି। ସମସ୍ତ ମହିଳା ନୂଆ ବସ୍ତ୍ର, ଚ଼ୁଡି, ଶଙ୍ଖା, ସିନ୍ଦୂର, ଅଳତା ହାତରେ ବ୍ରତ ପରିଧାନ କରି ମନ୍ଦିରରେ ଏକତ୍ରିତହୋଇ ପୂଜାପାଠ କରୁଛନ୍ତି।