କେନ୍ଦୁଝର,୨୫ା୪ (ସ୍ବ.ପ୍ର./ଡି.ଏନ.ଏ.)- କେନ୍ଦୁଝର ଲୋକ ସଭା ନିର୍ବାଚନ ମଙ୍ଗଳବାର ଶେଷ ହୋଇଛି ା ଜିଲାରେ ମୋଟ ୭୮.୧୬ ପ୍ରତିଶତ ମତଦାନ ହୋଇଛି। ନିର୍ବାଚନ ବିଭାଗ ତଥ୍ୟ ଅନୁଯାୟୀ, ଜିଲାରେ ମୋଟ ୧୫,୧୫,୬୪୧ ଭୋଟର ରହିଥିବା ବେଳେ ୧୧,୮୪,୬୯୭ ଜଣ ଭୋଟଦାନ କରିଛନ୍ତି। ସର୍ବାଧିକ ୫,୯୨,୯୨୮ ମହିଳା ଭୋଟର (୭୮.୬୫ ପ୍ରତିଶତ) ମତଦାନ କରିଥିବା ବେଳେ ୫,୯୧,୭୬୬ ( ୭୭.୭୮ ପ୍ରତିଶତ) ପୁରୁଷ ଭୋଟର ମତସାବ୍ୟସ୍ତ କରିଛନ୍ତି। ଅନ୍ୟାନ୍ୟ ଭୋଟରଙ୍କ ସଂଖ୍ୟା ୩ (୨.୨୨ ପ୍ରତିଶତ) ବୋଲି ଜଣାପଡିଛି ା
ତେଲକୋଇ ବିଧାନସଭା ନିର୍ବାଚନ ମଣ୍ଡଳୀ(୨୦)ରେ ୧୭୮୮୯୮ ଜଣ ଭୋଟ ଦେଇଥିବା ବେଳେ ଭୋଟ୍ ହାର ୭୮.୫୨ ପ୍ରତିଶତ ରହିଛି ା ସେହିପରି ଘଷିପୁରା ନିର୍ବାଚନ ମଣ୍ଡଳୀ(୨୧)ରେ ୧୭୫୨୫୩ ଜଣ (ଭୋଟ ହାର ୭୯.୫୧ ପ୍ରତିଶତ) ଭୋଟଦାନ କରିଛନ୍ତି। ଆନନ୍ଦପୁର ନିର୍ବାଚନମଣ୍ଡଳୀ(୨୨)ରେ ୧୭୧୮୬୨ ଜଣ (୭୬ ପ୍ରତିଶତ), ପାଟଣା ନିର୍ବାଚନମଣ୍ଡଳୀ(୨୩)ରେ ୧୭୫୧୩୯ ଜଣ (୮୫.୭୫ ପ୍ରତିଶତ), କେନ୍ଦୁଝର ନିର୍ବାଚନମଣ୍ଡଳୀ(୨୪)ରେ ୧୭,୨୩୦୦ ଜଣ (୭୬.୧୩ ପ୍ରତିଶତ), ଚମ୍ପୁଆ ନିର୍ବାଚନ ମଣ୍ଡଳୀ(୨୫)ରେ ୧୬୮୪୦୬ ଜଣ (୭୪.୨୮ ପ୍ରତିଶତ) ଏବଂ କରଞ୍ଜିଆ ନିର୍ବାଚନମଣ୍ଡଳୀ(୩୦)ରେ ୧୪୪୮୩୯ ଜଣ ଭୋଟ (୭୭.୬୪ ପ୍ରତିଶତ) ଦେଇଥିବା ଜଣାପଡିଛି ା ୨୦୧୪ ନିର୍ବାଚନରେ ୮୦.୫୪ ପ୍ରତିଶତ ଭୋଟ ହୋଇଥିଲା ା ଚଳିତ ନିର୍ବାଚନରେ ଭୋଟ ହାର ହ୍ରାସ ପାଇ ୭୮.୧୬ ପ୍ରତିଶତ ହୋଇଥିବା ଜଣାପଡିଛି ା ଚମ୍ପୁଆା ନିର୍ବାଚନ ମଣ୍ଡଳୀରେ ବହୁ ଭୋଟର ସମୟସୀମା ଜାଣି ପାରିନଥିଲେ ା ଏଣୁ ବହୁ ଭୋଟର ଭୋଟ ଦେବାକୁ ଆସି ଫେରିଯାଇଥିଲେ ା ଉପଯୁକ୍ତ ପ୍ରଚାର ପ୍ରସାର ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହୋଇଥିଲା ବୋଲି କୁହାଯାଉଛି ା ସେଠାରେ ଭୋଟଦାନ ସମୟ ସୀମା ୪ ଟା ଥିବା ବେଳେ ଅନ୍ୟ ନିର୍ବାଚନ ମଣ୍ଡଳୀରେ ସମୟସୀମା ୬ ଟା ଥିଲା ା ସେହିପରି କଳାବେଶାଖୀ ବର୍ଷା, ଇଭିଏମ ତ୍ରୁଟି ଯୋଗୁଁ ବହୁ ଭୋଟର ଭୋଟଦେବାକୁ ଆସି ଫେରିଯାଇଥିଲେ ା ା ବର୍ଷାପବନ ଯୋଗୁଁ ଅନ୍ଧାର ହୋଇଯିବା ଓ ଆଲୋକ ବ୍ୟବସ୍ଥା ନ ଥିବାରୁ ଶେଷ ସମୟରେ ବହୁ ଭୋଟର ଭୋଟଦେବାରେ ସମସ୍ୟା ଭୋଗିଥିଲେ ଏବଂ ଅନେକ ଭୋଟ ଦେବାକୁ ଆସିନଥିଲେ ବୋଲି କୁହାଯାଉଛି।