କେନ୍ଦୁଝରର ନୂତନ ଏସ୍‌ପି ଭାବେ କାର୍ଯ୍ୟରେ ଯୋଗଦେଲେ ମିତ୍ରଭାନୁ ମହାପାତ୍ର

କେନ୍ଦୁଝର,୨୫।୮(ସ୍ବ.ପ୍ର.): କେନ୍ଦୁଝରର ନୂତନ ଏସ୍‌ପି ଭାବରେ ମିତ୍ରଭାନୁ ମହାପାତ୍ର ରବିବାର କାର୍ଯ୍ୟରେ ଯୋଗ ଦେଇଛନ୍ତି। ଡିଆଇଜି ଜୟନାରାୟଣ ପଙ୍କଜଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ଜିଲାରେ ଟ୍ରାଫିକ ସମସ୍ୟା, ଆଇନ ଶୃଙ୍ଖଳା ପରିସ୍ଥିତି ମୁକାବିଲା କରିବା ପାଇଁ ପଦକ୍ଷେପ ନେବେ ବୋଲି ସେ କହିଛନ୍ତି। ଖଣିଜ ସମ୍ପଦ ପରିପୂର୍ଣ୍ଣ ଅନୁଗୋଳ ଜିଲାରୁ ବଦଳି ହୋଇ ଆସିଥିଲେ ହେଁ କେନ୍ଦୁଝର ଜିଲାର ସମସ୍ୟା ଅଲଗା ରହିଛି। ଲୋକଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନ ସହ ବିଭିନ୍ନ ଥାନାରେ ପଡିରହିଥିବା କେସଗୁଡିକର ଫଇସଲା କରାଯିବ ବୋଲି ସେ ପ୍ରକାଶ କରିଛନ୍ତି। ଏଥିରେ ବରିଷ୍ଠ ପୋଲିସ ଅଧିକାରୀ ଓ ବିଭିନ୍ନ ପୋଲିସ ସଂଘ କର୍ମକର୍ତ୍ତା ଉପସ୍ଥିତ ରହି ସ୍ବାଗତ ଜଣାଇଥିଲେ।

Share