କେନ୍ଦୁଝର ଗସ୍ତରେ ୫-ଟି, ମୁଖ୍ୟ ଶାସନ ସଚିବ: ନିର୍ମାଣ ହେଉଥିବା କୋଭିଡ ହସ୍ପିଟାଲର କଲେ ସମୀକ୍ଷା

କେନ୍ଦୁଝର,୧୬।୪(ସ୍ବ.ପ୍ର.): ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ୫-ଟି ସଚିବ ପାଣ୍ଡିଆନ ଗୁରୁବାର କେନ୍ଦୁଝର ଗ୍ରସ୍ତ କରି ଫେରିଛନ୍ତି। ହେଲିକପ୍ଟରରେ ଆସି ରାଇସୁଆଁ ଏୟାରଷ୍ଟ୍ରିପରେ ଓହ୍ଲାଇବା ପରେ ସେମାନେ ରାଜପଥରେ ସଦର ବ୍ଲକ ଅନ୍ତର୍ଗତ ରାଙ୍କିଠାରେ ଥିବା ନିର୍ମାଣ ହେଉଥିବା କୋଭିଡ-୧୯ ହସ୍ପିଟାଲକୁ ଯାଇ ଅଗ୍ରଗତି ନିରୀକ୍ଷଣ କରିଥିଲେ। ସେଠାରୁ ପୁରୁଣା ସହରରେ ଥିବା ସହରାଞ୍ଚଳ ଡାକ୍ତରଖାନା ବୁଲି ଜ୍ୱର ୱାର୍ଡକୁ ଦେଖିଥିଲେ। ସେଠାରୁ ରାଇସୁଆଁ ଫେରି ହେଲିକପ୍ଟରରେ ବାରିପଦା ଯାଇଥିଲେ। ଏହି ସମୟରେ ତାଙ୍କ ସହିତ ଜିଲାପାଳ, ସିଡିଏମ୍‌ଓ ପ୍ରମୁଖ ଉପସ୍ଥିତ ଥିଲେ। ହସ୍ପିଟାଲରେ ଭେଣ୍ଟିଲେଟର ବ୍ୟବସ୍ଥା ଅନୁଧ୍ୟାନ କରିବା ସହ ଡାକ୍ତରଖାନା ନିର୍ମାଣ କାର୍ଯ୍ୟ ଉପରେ ସମୀକ୍ଷା କରି ଫେରିଛନ୍ତି। ଗତ ୬ ତାରିଖରେ ଉତ୍କଳ ହସ୍ପିଟାଲ ପ୍ରା ଲି. ନାମକ ଏକ ଘରୋଇ ସଂସ୍ଥା ସହିତ ଜିଲା ପ୍ରଶାସନ ଏମ୍‌ଓୟୁ ଦସ୍ତଖତ କରିଥିଲେ।

Share