କେନ୍ଦୁଝର ଜିଲାରେ ଆଉ ୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ

କେନ୍ଦୁଝର,୧୬।୬(ସ୍ବ.ପ୍ର.): କେନ୍ଦୁଝରରେ ମଙ୍ଗଳବାର ଆଉ ୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୫ରେ ପହଞ୍ଚିଛି। ଚିହ୍ନଟ ୫ ଆକ୍ରାନ୍ତ ସଙ୍ଗରୋଧ କେନ୍ଦ୍ରରେ ଥିଲେ। ସେମାନଙ୍କ ମଧ୍ୟରୁ ସଦର ବ୍ଲକ ଗୋପାଳପୁର ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୩ ଜଣ ଥିବା ବେଳେ ଆନନ୍ଦପୁରରେ ଜଣେ ଓ ଯୋଡାରେ ଜଣେ ଥିଲେ। ପୂର୍ବରୁ ଗୋପାଳପୁର କେନ୍ଦ୍ରରୁ ଚିହ୍ନଟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଏହି ୩ ଜଣ ସଂକ୍ରମିତ ହୋଇଛନ୍ତି। ତେବେ ଜିଲାର ମୋଟ ୭୫ ଆକ୍ରନ୍ତଙ୍କ ମଧ୍ୟରୁ ୨୫ ଜଣ ସୁସ୍ଥ ହୋଇଥିବା ବେଳେ ଅନ୍ୟ ୫୦ ଜଣ କେନ୍ଦୁଝର କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

Share