କେନ୍ଦୁଝର ଜିଲାରେ ପୁଣି ଜଣେ ପଜିଟିଭ୍‌ ଚିହ୍ନଟ, ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ପହଞ୍ଚିଲା ୧୬୨

ଭୁବନେଶ୍ୱର,୩।୫(ବ୍ୟୁରୋ): ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଜଣଙ୍କ କେନ୍ଦୁଝର ଜିଲାର। ଏନେଇ ରବିବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବ୍‌ସାଇଟ୍‌ରେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୨ରେ ପହଞ୍ଚିଛି।

ସୂଚନାଯୋଗ୍ୟ, ପୂର୍ବରୁ ରବିବାର ୪ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ବାଲେଶ୍ୱର ଜଣେ, ଗଞ୍ଜାମର ୨ଜଣ ଏବଂ ଝାରସୁଗୁଡ଼ାର ଜଣେ ରହିଛନ୍ତି। ପଜିଟିଭ୍‌ ବାହାରିବା ପରେ ସେମାନଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି।

Share