କେନ୍ଦୁଝର ଜିଲାରେ ପୁଣି ୮ କରୋନା ପଜିଟିଭ୍‌ ଚିହ୍ନଟ

କେନ୍ଦୁଝର,୧୧।୬(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଗୁରୁବାର ପୁଣି କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ପଟେଣା ବ୍ଲକରେ ୩ଜଣ, ଘଟଗାଁ ବ୍ଲକରେ ୪ ଜଣ ଓ ସଦର ବ୍ଲକରେ ଜଣେ ଚିହ୍ନଟ ହୋଇଛି। ଏହାକୁ ମିଶାଇ ଜିଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୩ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଚିହ୍ନଟମାନଙ୍କୁ କେନ୍ଦୁଝରସ୍ଥିତ କୋଭିଡ-୧୯ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଇଛି। ଜିଲାରେ ଏପର୍ଯ୍ୟନ୍ତ ୨୨ ଜଣ ସୁସ୍ଥ ହୋଇଥିବା ବେଳେ ଅନ୍ୟ ମନେ ଚିକିତ୍ସାଧୀନ ଅଛନ୍ତି।

Share