କେନ୍ଦୁଝର ଜିଲାର ୩ ଗାଁ କଣ୍ଟେନମେଣ୍ଟ, ୧୧ ଗାଁ ବଫର ଜୋନ ଘୋଷଣା

ହାଟଡିହୀ,୪।୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତ ହୀରାପୁର ଗ୍ରାମରେ ରବିବାର ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ମାସକ ତଳେ ସେ କୋଲକାତାରୁ ଫେରିଥିଲେ। କରୋନା ପଜିଟିଭ ଚିହ୍ନଟ ପରେ ଜିଲାପାଳ ଆଶିଷ ଠାକରେ ହୀରାପୁର ସମେତ ମୁଗୁପୁର, ସର୍ବେଶ୍ୱରପୁର ଆଦି ୩ଟି ଗ୍ରାମକୁ ରବିବାର ସନ୍ଧ୍ୟା ୬ ଟାରୁ ୪୮ ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରିଛନ୍ତି। ପଞ୍ଚୁଗୋଛିଆ ପଞ୍ଚାୟତର ୮ଟି ଗ୍ରାମ ଓ ପଞ୍ଚୁଗୋଛିଆ ପଞ୍ଚାୟତକୁ ଲାଗିଥିବା ବଞ୍ଚୋ ପଞ୍ଚାୟତର ୩ଟି ଗ୍ରାମକୁ ବଫର ଜୋନ ଭାବେ ଘୋଷଣା କରିଛନ୍ତି। କଣ୍ଟେନମେଣ୍ଟ ଜୋନର ୬ଟି ପ୍ରବେଶ ପଥକୁ ସିଲ କରାଯାଇଛି। ବ୍ଲକ ଓ ଉପଖଣ୍ଡର ଅଧିକାରୀଙ୍କୁ ନେଇ ଗଠିତ ଟିମ୍‌ ବିଭିନ୍ନ ଦାୟିତ୍ୱରେ ରହିଥିବା ବେଳେ ସ୍ବାବ୍‌ ସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇଥିବା ଜଣାପଡ଼ିଛି।

Share