Advertisement

କେନ୍ଦୁଝର ଜିଲା ହାବିଲଦାର, କନଷ୍ଟେବଳ ସଂଘ ନିର୍ବାଚନ: ଆଜି ଶପଥ ନେବେ ନୂତନ କର୍ମକର୍ତ୍ତା

କେନ୍ଦୁଝର, ୨ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ହାବିଲଦାର, କନଷ୍ଟେବଳ ସଂଘର ନିର୍ବାଚନ ସେପ୍ଟେମ୍ବର ୩୦ ତାରିଖରେ ଅନୁଷ୍ଠିତ ହୋଇଥିଲା। ମଙ୍ଗଳବାର ରାତି ପର୍ଯ୍ୟନ୍ତ ରିଜର୍ଭ ପୋଲିସଠାରେ ଗଣତି ହୋଇଛି। ସଭାପତିଭାବେ ଅନିଲ କୁମାର ଷେଣ୍ଢ, ସମ୍ପାଦକ ଭାବେ କମଳାକାନ୍ତ ସେଠୀ, ଉପସଭାପତି ଭାବେ ପ୍ରବୀଣ କୁମାର ମହାନ୍ତ, ଦୁଇଗୋଟି ଯୁଗ୍ମ ସମ୍ପାଦକ ପଦବୀରେ ଚିତ୍ତରଞ୍ଜନ ବାରିକ ଓ ନିରଞ୍ଜନ ଘଡ଼େଇ ନିର୍ବାଚିତ ହୋଇଛନ୍ତି। ସେହିପରି କାର୍ଯ୍ୟକାରୀ ସଦସ୍ୟ ଭାବେ ଦିଲୀପ କୁମାର ହାଇବ୍ରୁ, ତ୍ରିବନ ଦେବଗନ, ଚନ୍ଦନ କୁମାର ପାତ୍ର, ରାଜକିଶୋର ଜେନା, ଶତ୍ରୁଘନ ଗାଗରାଇ ପ୍ରମୁଖ ନିର୍ବାଚିତ ହୋଇଛନ୍ତି। ବୁଧବାର ଅର୍ଥାତ୍‌ ଗାନ୍ଧୀ ଜୟନ୍ତୀ ଦିନ ନୂତନ କର୍ମକର୍ତ୍ତା ଶପଥ ନେବେ। ଜିଲାରେ ଥିବା ୯୧୧ଜଣ କନଷ୍ଟେବଳ, ହାବିଲଦାର, ପୋଲିସ ଡ୍ରାଇଭର ମଧ୍ୟରୁ ୯୦୩ ଜଣ ଏହି ନିର୍ବାଚନରେ ଅଂଶଗ୍ରହଣ କରିଥିଲେ। କେନ୍ଦୁଝର ଏସ୍‌ପି ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ସମ୍ପାଦନ କରୁଥିବାବେଳେ ବିଭିନ୍ନ ଥାନାର ଅଧିକାରୀ ଓ ଉପଖଣ୍ଡ ପୋଲିସ ଅଧିକାରୀମାନେ ତାଙ୍କୁ ସହାୟତା କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share