କେନ୍ଦୁଝର ଜେଲରେ କଏଦୀଙ୍କ ମୃତ୍ୟୁ

କେନ୍ଦୁଝର,୨୧।୮(ସ୍ବ.ପ୍ର.): କେନ୍ଦୁଝର ଜେଲରେ ସଜା କାଟୁଥିବା ଜଣେ କଏଦୀଙ୍କର ବୁଧବାର ପୂର୍ବାହ୍ନରେ ମୃତ୍ୟୁ ଘଟିଛି। ସେ ହେଲେ ବଡ଼ବିଲ ଥାନା ହିସାବୁରୁ ଗ୍ରାମର ବିପିନ ନାୟକ।
ପ୍ରକାଶ ଯେ, ବିପିନ ୨୦୧୭ ମସିହାରେ ଚମ୍ପୁଆ ଜେଲରୁ ଏଠାକୁ ସ୍ଥାନାନ୍ତରିତ ହୋଇଆସିଥିଲେ। ବୁଧବାର ସକାଳେ ସେ ହଠାତ୍‌ ଅସୁସ୍ଥ ହୋଇପଡିଥିଲେ। ଜେଲରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଜେଲ ଅଧୀକ୍ଷକ ଗରିବ ସାହୁ ସୂଚନା ଦେଇଛନ୍ତି। ହୃଦ୍‌ଘାତ କାରଣରୁ ବିପିନଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ପରେ କାରଣ ଜଣାପଡିବ ବୋଲି ପୋଲିସ କହିଛି।