କେନ୍ଦୁଝର ଟାଉନରେ ସେକ୍ସ ର଼୍ୟାକେଟ ପର୍ଦ୍ଦାଫାସ୍‌: ୧୧ ଯୁବତୀ ଯୁବକଙ୍କୁ କୋର୍ଟ ଚାଲାଣ

କେନ୍ଦୁଝର, ୧୧ା୮(ସ୍ବ.ପ୍ର./ଡି.ଏନ.ଏ.)-ଶୁକ୍ରବାର ସନ୍ଧ୍ୟାରେ କେନ୍ଦୁଝର ଟାଉନ ଥାନା ପୋଲିସ ଚଢାଉ କରି ସେକ୍ସ ର଼୍ୟାକେଟ୍‌ରେ ସମ୍ପୃକ୍ତ ୫ ଯୁବତୀ ଓ ୬ ଯୁବକଙ୍କୁ ଗରିଫ କରିଥିଲା। ସେମାନଙ୍କୁ ଶନିବାର ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ୬ ଯୁବକଙ୍କୁ ବିଚାରବିଭାଗ ହାଜତକୁ ପଠାଯାଇଥିବା ବେଳେ ଯୁବତୀମାନଙ୍କୁ ସୁଧାରଗୃହକୁ ପଠାଇ ଦିଆଯାଇଛି। ଥାନାଠାରୁ ମାତ୍ର ୫ଶହ ମିଟର ଦୂରରେ ଥିବା ଏକ ଘରେ ଦୀର୍ଘଦିନରୁ ଏହି ଦେହ ବ୍ୟବସାୟ ଚାଲିଥିଲା ା କେବଳ ସେହି ଗୋଟିଏ ସ୍ଥାନରେ ନୁହେଁ କେନ୍ଦୁଝର ସହରର ବିଭିନ୍ନ ସ୍ଥାନରେ ଏପରି ଦେହ ବ୍ୟବସାୟ ଚାଲିଥିବା ପୋଲିସ ଟାଉନ ଥାନାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ କହିଛି। ଗିରଫ ଯୁବକମାନେ ହେଲେ କଲେଜ ରୋଡ (ଗମ୍ଭାରିଆ)ର ଅଶ୍ୱିନୀ କୁମାର ନାୟକ, ଠାକୁରପାଟଣାର ବ୍ରଜକିଶୋର ସାହୁ, ହାତିଆଟାଙ୍ଗରର ପ୍ରଭାତ ଦାସ, ମାଧପୁରର ଶିବଶଙ୍କର ଦେ, ତୁରୁମୁଙ୍ଗାର ଜୟଦୀପ୍ତ ସାହୁ, ସାମନ୍ତରାୟପୁର ସାହିର ଗୋପୀନାଥ ଚୌଧୁରୀ। ଘଟଣାସ୍ଥଳରୁ ବିଭିନ୍ନ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି ା ଗମ୍ଭାରିଆରେ ରହୁଥିବା ଅଶ୍ୱିନୀ କୁମାର ନାଏକ ହେଉଛନ୍ତି ଉକ୍ତ ର଼୍ୟାକେଟର ମୁଖ୍ୟ ା ଡିଏନ୍‌ ହାଇସ୍କୁଲ ପଛପାର୍ଶ୍ୱ ସାମନ୍ତରାୟପୁର ସାହିରେ ରହୁଥିବା ୫୦ବର୍ଷ ବୟସ୍କ ଗୋପୀନାଥ ଚୌଧୁରୀ ଦଲାଲ ଭାବେ ଏହି ସେକ୍ସ ର଼୍ୟାକେଟ୍‌ ପାଇଁ କାମ କରନ୍ତି ବୋଲି ପୋଲିସ ସ୍ପଷ୍ଟ କରିଛି ା
ସୂଚନାଯୋଗ୍ୟ, ସବ୍‌ଇନ୍ସପେକ୍ଟର ବିନିତା ଲାକ୍ରାଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍‌ ଶୁକ୍ରବାର ଉକ୍ତ ଘରେ ହଠାତ୍‌ ଚଢାଉ କରିଥିଲା ା ଏହି ସମୟରେ ଅସଂଯତ ଅବସ୍ଥାରେ ଥିବା ୫ ଯୁବତୀ ଓ ୬ ଗ୍ରାହକଙ୍କୁ ଗିରଫ କରାଯାଇଥିଲା ା ସେମାନଙ୍କ ମଧ୍ୟରୁ ୪ ଜଣ ବଙ୍ଗୀୟ ଯୁବତୀ ଥିବାବେଳେ ଆଉ ଜଣେ ଓଡିଆ । ପ୍ରତି ଗ୍ରାହକଙ୍କଠାରୁ ସେମାନେ ୧ହଜାରରୁ ୧୫ଶହ ଟଙ୍କା ନେଉଥିଲେ। ସେହି ଟଙ୍କାରୁ ୫୦ ପ୍ରତିଶତ ଦଲାଲମାନେ ନେଇଯାଉଥିଲେ ବୋଲି ଯୁବତୀମାନେ ପ୍ରକାଶ କରିଛନ୍ତି। ଏ ନେଇ ଥାନାରେ ଏକ ମାମଲା(ନଂ.୨୧୨/୧୯) ରୁଜୁ କରାଯାଇଛି ା ସଂପୃକ୍ତ ଯୁବତୀମାନଙ୍କୁ ଗିରଫ କରାଯାଇ ପ୍ରଥମେ ସ୍ବଧାର ଗୃହରେ ରଖାଯାଇଛି ା ପରିବାର ଲୋକଙ୍କୁ ସେମାନଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ କହିଛି ।