Categories: ବାଣିଜ୍ୟ

କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ;ଘର କ୍ରେତାଙ୍କ ଲାଗି ଏକକ ପ୍ରସ୍ତାବ ଆଣ

ନୂଆଦିଲ୍ଲୀ,୧୦-୭: ଲକ୍ଷ ଲକ୍ଷ ଘର କ୍ରେତାଙ୍କ ସମସ୍ୟା ଦୂର କରିବା ଲାଗି କେନ୍ଦ୍ର ସରକାର ଏକକ ପ୍ରସ୍ତାବ(ୟୁନିଫର୍ମ ପ୍ରପୋଜାଲ୍‌) ଆଣନ୍ତୁ ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି। ଜେପି ଇନ୍‌ଫ୍ରାଟେକ୍‌ ଲିମିଟେଡ ମାମଲାର ଶୁଣାଣି ବେଳେ ଏହି ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ଘର କ୍ରେତାମାନେ ବିଲ୍ଡରଙ୍କୁ ମୋଟା ରକମର ଅର୍ଥ ପ୍ରଦାନ କରିସାରିବା ପରେ ମଧ୍ୟ ଫ୍ଲାଟ୍‌ ପାଇ ପାରୁନାହାନ୍ତି। ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ, ଏହି ମାମଲା ବହୁ ଲକ୍ଷ ଫ୍ଲାଟ କ୍ରେତାଙ୍କ ସହ ଜଡ଼ିତ। ସେମାନଙ୍କର ଏହି ସମସ୍ୟା ଦୂର କରିବା ଲାଗି କେନ୍ଦ୍ର ସରକାର ସମସ୍ତଙ୍କ ଉଦ୍ଦେଶ୍ୟରେ ଗୋଟିଏ ପ୍ରକାର ପ୍ରସ୍ତାବ ଆଣିବା ଉଚିତ୍‌। ଜଷ୍ଟିସ୍‌ ଏ.ଏମ୍‌.ଖାନ୍‌ଓ୍ବିଲକର ଓ ଜଷ୍ଟିସ ଦିନେଶ ମାହେଶ୍ୱରୀଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଟଙ୍କା ଦେବା ସତ୍ତ୍ୱେ ଅନେକଙ୍କୁ ଫ୍ଲାଟ୍‌ ମିଳୁନାହିଁ। ଦେବାଳିଆ ଆଇନ ବାହାରେ କେନ୍ଦ୍ର ସରକାର ପ୍ରସ୍ତାବ ଆଣନ୍ତୁ ବୋଲି ଖଣ୍ଡପୀଠ ଆଡିଶନାଲ ସଲିସିଟର ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Share